ପୋଲ ହେଲାନି, ଭୋଟ୍‌ ଦେବୁନି : ଜାଣନ୍ତୁ କିଏ ନେଲା ଏହି ନିଷ୍ପତ୍ତି

ମୟୂରଭଞ୍ଜ : ପୋଲ ହେଲାନି, ଭୋଟ୍‌ ଦେବୁନି । ନଦୀ ଉପରେ ବ୍ରିଜ୍‌ ନିର୍ମାଣ ହୋଇ ନପାରିବାରୁ ଭୋଟ୍‌ ବର୍ଜନ ପାଇଁ ନିଷ୍ପତ୍ତି। ଏଭଳି ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଳକ କୁଣ୍ଡାବାଇ ପଞ୍ଚାତୟବାସୀ। ଲୋକ ଅଭିଯୋଗ ହୋଇଛି, କୁଣ୍ଡାବାଇ ପଞ୍ଚାୟତର ବାଲମା, ତଳବାଲମା ଓ ମାତକାମବିର ଗାଁରେ ରହୁଛନ୍ତି ପ୍ରାୟ ଚାରି ଶହରୁ ଅଧିକ ପରିବାର । ସେସବୁ ଗାଁ ଲୋକଙ୍କ ଦୁଃଖ ଦେଓ ନଦୀ । ବାରମ୍ବାର ଅଭିଯୋଗ ପରେ ବି ନଦୀ ଉପରେ ପୋଲଟିଏ ହୋଇ ପାରିଲା ନାହିଁ। ଫଳରେ ଏଥର ଭୋଟ୍‌ ବର୍ଜନ କରିବାକୁ ଗାଁଲୋକ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.