ପୋଲ ନାହିଁ ତ ଭୋଟ ନାହିଁ: ପ୍ରାର୍ଥୀଙ୍କୁ ଚରମ ନିଷ୍ପତ୍ତି ଶୁଣାଇଲେ ଗ୍ରାମବାସୀ

ବାରିପଦା(କେନ୍ଯୁଜ୍): ପୋଲ ନାହିଁ ତ ଭୋଟ ନାହିଁ । ପ୍ରାର୍ଥୀଙ୍କୁ ଚରମ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ମୟୂରଭଞ୍ଜ କପ୍ତିପଦା ବ୍ଲକ ଦେବାନବାହାଳି ପଂଚାୟତର ଶିରିଆପାଳ ଗ୍ରାମବାସୀ ଏଥର ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଗାଁରେ ୬୦ରୁ ଉର୍ଦ୍ଧ୍ୱ ପରିବାର ରହନ୍ତି । ଡାକ୍ତରଖାନା ଠାରୁ ଆରମ୍ଭ କରି ସମସ୍ତ ସୁବିଧା ରହିଛି ।

ହେଲେ ଗ୍ରାମବାସୀଙ୍କୁ ନଦୀ ପାର ହୋଇ ଯାଉଛନ୍ତି । ଫଳରେ ବର୍ଷା ଦିନ ଆସିଲେ ଯିବା ଆସିବା କଷ୍ଟକର ହୋଇପଡେ । ଏହି ଗାଁ ଦେଇ ପ୍ରବାହିତ ସୋନ ନଦୀରେ ପୋଲଟିଏ ନିର୍ମାଣ କରିବାକୁ ଗାଁଲୋକ ବାରମ୍ବାର ଦାବି କରିଛନ୍ତି । ବିଭିନ୍ନ ପ୍ରତିଶ୍ରୁତି ମିଳିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିଲାନି । ତେଣୁ ଏଥର ପୋଲ ନିର୍ମାଣ ନହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.