ଭୁବନେଶ୍ବର : ଲୋକସଭାରେ ସଂଶୋଧନ ହୋଇଛି ଶିକ୍ଷା ଅଧିକାର ଆଇନ। ସଂଶୋଧିତ ଆଇନରେ ଏଣିକି ପାସ ଫେଲ ବ୍ୟବସ୍ଥା ରହିବ। ପୂର୍ବରୁ ଅଧାରୁ ପାଠ ଛାଡ଼ୁଥୁବା ପିଲାଙ୍କୁ ଆକୃଷ୍ଟ କରିବାକୁ ପାସ୍-ଫେଲ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା। ସଂଶୋଧିତ ଆଇନରେ ଏଣିକି ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ, ପାସ-ଫେଲ ବ୍ୟବସ୍ଥା ରହିବ କି ନାହିଁ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଶିକ୍ଷାର ଗୁଣବତ୍ତା ଉପରେ ଗୁରୁତ୍ୱ କଥା କହିଛନ୍ତି। ଶିକ୍ଷାବିତ କହିଛନ୍ତି ପାସ-ଫେଲ ବ୍ୟବସ୍ଥା ରହିବା ଜରୁରୀ। ଯଦି ପରୀକ୍ଷା ନହେବ, ପାସ ଫେଲ ନରହିବ, ତେବେ ପିଲା କଣ ପାଠ ପଢ଼ିଲା କେମିତି ଜଣାପଡ଼ିବ।
ପାସ୍-ଫେଲ ବ୍ୟବସ୍ଥାକୁ ଅନେକ ରାଜ୍ୟ ସମର୍ଥନ କରୁଛନ୍ତି। ଏହା ଦ୍ୱାରା ଶିକ୍ଷା ପଦ୍ଧତିରେ ଆକାଉଣ୍ଟିବିଲିଟି ରହିବ। ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମଧ୍ୟ ସଂଶୋଧିତ ଆଇନକୁ ସ୍ୱାଗତ କରିଛନ୍ତି। କହିଛନ୍ତି, ପାସ ଫେଲ ବ୍ୟବସ୍ଥା ଦ୍ୱାରା ଛାତ୍ର ଏବଂ ଶିକ୍ଷକଙ୍କ ଦକ୍ଷତା ଜଣା ପଡ଼ିବ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାସ୍-ଫେଲ ବ୍ୟବସ୍ଥା ଏକ ସଂସ୍କାର ମୂଳକ ପଦକ୍ଷେପ ବୋଲି ଶିକ୍ଷାବିତ କହିଛନ୍ତି।