ପିପିଲି ଉପନିର୍ବାଚନରେ ସଭା କି ଶୋଭାଯାତ୍ରା କରିବ ନାହିଁ ବିଜେଡି, ନବୀନ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବଢ଼ି ଚାଲିଛି କରୋନା ସଂକଟ । ଏହି ପରିପ୍ରେକ୍ଷୀରେ ପ୍ରତିଟି ଜୀବନ ହେଉଛି ମୂଲ୍ୟବାନ । ତେଣୁ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରଚାର ପାଇଁ କୌଣସି ନିର୍ବାଚନୀ ସଭା କିମ୍ବା ଶୋଭାଯାତ୍ରା କରିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା । ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଭୋଟ୍‌ ଗ୍ରହଣକୁ ବନ୍ଦ କରାଯାଇ ସାନି ତାରିଖ ଘୋଷଣା ହୋଇଛି । ଏହି ଅନୁସାରେ ଆସନ୍ତା ମେ ମାସ ୧୩ ତାରିଖରେ ଭୋଟ୍‌ ଗ୍ରହଣ ଏବଂ ୧୬ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ସେ ପର୍ଯ୍ୟନ୍ତ ବିଜେଡି ସର୍ବସାଧାରଣରେ କୌଣସି ସଭା କିମ୍ବା ଶୋଭାଯାତ୍ରା କରିବ ନାହିଁ ବୋଲି ବିଜେଡି ମୁଖ୍ୟ ଘୋଷଣା କରିଛନ୍ତି । ବିଜେଡି ଏକ ଦାୟିତ୍ୱବାନ ଦଳ । ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଟ୍ଵିଟ୍‌ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ଲୋକଙ୍କ ଜୀବନ ରକ୍ଷା ପାଇଁ ଅନ୍ୟ ରାଜେନତିକ ଦଳ ମଧ୍ୟ ପିପିଲି ଉପନିର୍ବାଚନରେ ସଭା କିମ୍ବା ର‍୍ୟାଲି ନକରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.