ଆସନ୍ତା ୭ ଦିନ ଭିତରେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ : ଆଇଏମଡି ଡିଜି

ଭୁବନେଶ୍ୱର : ଅକ୍ଟୋବର ଆସିଲେ ବାତ୍ୟା ଭୟ ଘାରେ । ବାତ୍ୟା ନେଇ ଛନକା ପଶେ। ଅକ୍ଟୋବର ବାତ୍ୟାପ୍ରବଣ ମାସ । କିନ୍ତୁ ଆସନ୍ତା ୭ ଦିନ ଭିତରେ ଓଡ଼ିଶାକୁ କୌଣସି ବାତ୍ୟା ଭୟ ନାହିଁ । ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଆରବ ସାଗରରେ ଆଜିକାଲି ମଧ୍ୟରେ ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି ।
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଓମାନ ଉପକୂଳ ଆଡ଼କୁ ମହାଁଇବ । ଏହା ଅଧିକ ତୀବ୍ର ହେବା ସମ୍ଭାବନା ନାହିଁ । ତେବେ ଦକ୍ଷିର ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କେତେ ଘନୀଭୂତ ହେବ, ଡିପ୍ରେସନରେ ପରିଣତ ହେବ କି ନାହିଁ ଆକଳନ କରାଯାଉଛି ।
ସାମାନ୍ୟ ଭାବେ ଘନୀଭୂତ ହୋଇପାରେ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ସ୍ପଷ୍ଟ ହେବ । ଏହା ତମିଲନାଡ଼ୁ ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ୭ ଦିନ ମଧ୍ୟରେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।