ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ମାଓ ଅଞ୍ଚଳରେ ଓଡ଼ିଆ ଚଳଚ୍ଚିତ୍ର ସୁଟିଂ ମନା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ମାଓ ଅଞ୍ଚଳରେ ଓଡ଼ିଆ ଚଳଚ୍ଚିତ୍ର ସୁଟିଂ ମନା । ମାଓ ଅଞ୍ଚଳ ଥିବାରୁ ଖୁରୀପାଣି ଓ ସାପମୁଣ୍ଡ ଗାଁକୁ ଯାଇ ସୁଟିଂ କରିବାକୁ ବାରଣ କରାଯାଇଛି l ଆଜି ବି ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଚଳଚିତ୍ର ସୁଟିଂ ଜାରି ରହିଛି । ଖପ୍ରାଖୋଲ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏପରି ପଦକ୍ଷେପ ନେଇଛି ବଲାଙ୍ଗିର ପୋଲିସ ।  ରାଜ୍ୟ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବଲାଙ୍ଗୀର ଏସ୍‌ପି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । କିଛି ଦିନର ନୀରବତା ପରେ ପୁଣି ମାଓ ସକ୍ରିୟ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like