ଖଣ୍ଡଗିରିରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ : ଆଇଟମ ଡାନ୍ସରଙ୍କୁ ମନା

ଭୁବନେଶ୍ୱର : ଖଣ୍ଡଗିରିରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ । ବାହାର ଆଇଟମ ଡାନ୍ସରଙ୍କୁ ମନା ଖଣ୍ଡଗିରି ଏହାକୁ ନେଇ ସୂଚନା ଆସୁଛି ଆସନ୍ତା 06 ତାରିଖରୁ 17 ତାରିଖ ଯାଏଁ ଚାଲିବ ଯାତ୍ରା ମହାସମର । କଳାକାରଙ୍କ ଏହି କୁମ୍ଭ ମେଳାରେ 13 ଟି ଅପେରା ସେମାନଙ୍କ ନାଟକ ସୋ କରିବେ । ଖଣ୍ଡଗିରି ଯାତ୍ରା ଓ ମେଳା ପାଇଁ କମିଶନରେଟ ପୋଲିସ ବୈଠକ । 6 ଟି କମିଟିଙ୍କ ସହ ଆଲୋଚନା କରିବେ ସ୍ଥାନୀୟ ଥାନା ଅଧିକାରୀ। 6ଟି କମିଟିକୁ ନେଇ ହୋଇପାରେ ଗୋଟିଏ ସେଣ୍ଟ୍ରାଲ କମିଟି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ କମିଟି ସହ ସମନ୍ଵୟ ରଖିବ ପୋଲିସ । ବାହାର ଆଇଟମ ଡ୍ୟାନସରଙ୍କୁ ମଧ୍ୟ ଖଣ୍ଡଗିରି ପେଣ୍ଡାଲ ମନା । ଶାଳୀନତାର ସହ ନୃତ୍ୟ ପରିବେଷଣକୁ ଅନୁମତି ମିଳିଛି । ଏନେଇ ଯାତ୍ରା କମିଟି ଓ ପୋଲିସ ବୈଠକରେ ନିଷ୍ପତ୍ତି ହୋଇଛି । ଫେବ୍ରୁଆରୀ ୬ରୁ ୧୭ ଯାଏ ଚାଲିବ ଖଣ୍ଡଗିରିରେ ଯାତ୍ରା ମହାସମର । ଏଥର ଯୋଗ ଦେଉଛନ୍ତି ୧୩ଟି ଯାତ୍ରା ଦଳ ।