ସେବାୟତଙ୍କୁ ଚେତାବନୀ, ରଥ ଉପରେ ଅନଧିକାର ପ୍ରବେଶ ଓ ମୋବାଇଲ ନେଲେ କଡା କାର୍ଯ୍ୟାନୁଷ୍ଠାନ

ପୁରୀ : ନୂଆ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କର ସେବାୟତଙ୍କୁ କଡ଼ା ଚେତାବନୀ । ରଥ ଉପରେ ଅନଧିକାର ପ୍ରବେଶ ଉପରେ ଲାଗିବ କଟକଣା l ରଥ ଉପରେ ଚଢିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସେବା ନଥିଲେ ରଥ ଉପରକୁ ଯାଇପାରିବେନି ସେବାୟତ । ରଥ ଉପରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ ସହ ସେବାୟତମାନେ ରଥ ଉପରେ ସେଲଫି ନେଇପାରିବେ ନାହିଁ । ଆଜି ଦାୟିତ୍ବ ନେବା ପରେ ଏଭଳି କଡ଼ା ଆଭିମୁଖ୍ଯ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଅରବିନ୍ଦ କହିଛନ୍ତି, ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ l ସବୁ ନିଯୋଗ ସହ ଏନେଇ ଆଲୋଚନା କରାଯିବ l ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପାଳନ ନେଇ ପଦକ୍ଷେପ ନିଆଯିବ l