ଭୁବନେଶ୍ୱର : ରାଜ୍ୟରେ ଖୋଲିବନି ଆଉ ନୂଆ ମଦ ଦୋକାନ । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ , ଚୋରା ମଦ କିପରି ବନ୍ଦ ହେବ ସେନେଇ ବଡ ଚ୍ୟାଲେଞ୍ଜ ରହିଛି । ଆଗାମୀ ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ ହେବ । ସେ ଆଧାରରେ ଆଗକୁ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡିଶାରୁ ଚୋରାମଦ ବିକ୍ରି ବନ୍ଦ କରିବାକୁ ନୀତି ବାହାର କରାଯିବ । ଅନ୍ୟପଟେ ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁ ରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ବିହାର, ଗୁଜୁରାଟ, ମିଜୋରାମ, ନାଗାଲାଣ୍ଡ, ଏବଂ ଲକ୍ଷ୍ମଦ୍ୱୀପରେ ବନ୍ଦ ବ୍ୟାନ କରାଯାଇଥିଲା । ଏହା ଦେଶର ମଦମୁକ୍ତ ରାଜ୍ୟ ପାଇଁ ପରିଚିତ । ଏଣିକି ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ।