ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର ଧର୍ମାନୁଷ୍ଠାନରେ ହଟିଲା କଟକଣା। ଆଉ ଦରକାର ନାହିଁ କୋଭିଡ ସାର୍ଟିଫିକେଟ। ସାମ୍ପ୍ରତିକ କୋଭିଡ ଓ ଟିକାକରଣର ସ୍ଥିତିକୁ ନେଇ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଣିକି ବିଏମସି ଅଧିନରେ ଥିବା ଧାର୍ମିକ ଅନୁଷ୍ଠାନକୁ ପରିଦର୍ଶନ ପାଇଁ ଟିକାକରଣ ପ୍ରମାଣପତ୍ର କିମ୍ବା ପରିଚୟପତ୍ରର ଆବଶ୍ୟକତା ନାହିଁ।
କିନ୍ତୁ ଏହାର କର୍ତ୍ତୃପକ୍ଷ ସେମାନଙ୍କ ପରିସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ବିଶୋଧନ ଭଳି ସମସ୍ତ କୋଭିଡର ନିୟମାବଳୀକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେବୃଆରୀ ୧୨ ରୁ ୧୫ ବର୍ଷରୁ ତଳ ପିଲା ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନକୁ ଯିବା ପାଇଁ ଅନୁମତି ଦେଇଥିଲା ବିଏମ୍ସି ।