ରାଜ୍ଯ ସରକାରଙ୍କ ନୂଆ ନୀତି, କର୍ମଚାରୀ ଆଉ ନେଇ ପାରିବେନି ସ୍ୱେଚ୍ଛାକୃତ ଅବସର

ଭୁବନେଶ୍ବର (କେନ୍ଯୁଜ୍) : ସ୍ୱେଚ୍ଛାକୃତ ଅବସର ଯୋଜନାକୁ ରାଜ୍ୟ ସରକାର ଉଠାଇ ଦେଇଛନ୍ତି । ଗତ ୨୦୦୩ ମସିହାରୁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରିଥିଲେ । ଏହି ଯୋଜନାରେ ରାଜ୍ୟ ସରକାରଙ୍କ ଅଧୀନରେ ୧୦ ବର୍ଷ ଚାକିରୀ ପରେ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ନେଇପାରିବାର ବ୍ୟବସ୍ଥା ଥିଲା ।

employees

ଏଥିସହ ସ୍ୱେଚ୍ଛାକୃତ ଅବସର  ପରେ ପେନସନ, ଗ୍ରାଚ୍ୟୁଇଟି ଠାରୁ ଆରମ୍ଭ କରି ଅନ୍ୟ ସୁବିଧା ସୁଯୋଗ ମିଳୁଥିଲା। ସେହିପରି ୱାର୍କ ଚାର୍ଜଡ, ଏନଏମଆର, ଡିଆଲଏଆର , ଠିକା କର୍ମଚାରୀଙ୍କ ଥିବା ଭଲ୍ୟୁଣ୍ଟାରୀ ସେପାରେସନ ସ୍କିମକୁ ମଧ୍ୟ ସରକାର ଉଠାଇ ଦେଇଛନ୍ତି । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।