ଉପଭୋକ୍ତାଙ୍କୁ ଆଶ୍ବସ୍ତି : ବଢିବ ନାହିଁ ବିଦ୍ୟୁତ୍ ଦର

ଭୁବନେଶ୍ବର: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ । ଆଜି ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ଗ୍ରାହକ ଅନୁକୂଳ ପଦକ୍ଷେପ ଘୋଷଣା ହୋଇଛି । ବିଦ୍ୟୁତ ଦର ନେଇ ଆଜି ପ୍ରେସମିଟ କରିଛି ଓଇଆରସି ।
ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ। ଏହି ପ୍ରେସମିଟରେ କୁହାଯାଇଛି ଯେ, ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ମିଳିବ ୪ ପ୍ରତିଶତ ରିହାତି । ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।
ମାସିକ ୬୦ ଟଙ୍କା ସ୍ମାର୍ଟ ମିଟର ଉପରେ ରେଣ୍ଟ ଛାଡ଼ । ଯେଉଁ ମାନେ ୨ କିଲୋ ୱାଟ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି । ସେମାନଙ୍କ ପାଇଁ ଛାଡ଼ ହେଲା ମିଟର ଭଡା । ଉପକୃତ ହେବେ ୮୦ ଲକ୍ଷ ଉପଭୋକ୍ତା ଇ – ବିଲ ପେମେଣ୍ଟ ସିଷ୍ଟମ ଆପଣେଇଲେ ବିଲ ପିଛା ଆହୁରି ୧୦ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି । ମାସିକ ୫୦ ୟୁନିଟ ବ୍ୟବହାର କରୁଥିଲେ ଦେବାକୁ ପଡିବ ୟୁନିଟ ପିଛା ୨ଟଙ୍କା ୯୦ ପଇସା ।
୫୦ ରୁ ୨୦୦ ୟୁନିଟ ବ୍ୟବହାର କଲେ ୪ ଟଙ୍କା ୭୦ ପଇସା । ୨୦୦ ରୁ ୪୦୦ୟୁନିଟ ବ୍ୟବହାର କରୁଥିଲେ ୟୁନିଟ ପିଛା ଦେବାକୁ ପଡିବ ୫ଟଙ୍କା ୭୦ ପଇସା । ୪୦୦ ୟୁନିଟ ରୁ ଅଧିକ ବ୍ୟହାଵର କଲେ ଦେବାକୁ ପଡିବ ୬ ଟଙ୍କା ୧୦ ପଇସା ।
୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏବେ ମାସିକ ମିଟର ଭଡା ଦେବାରୁ ମୁକ୍ତ ହେବେ । ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ । ଯାହା ସେମାନଙ୍କର ସାମଗ୍ରିକ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି ।
Also read: ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ, ଘୋଷଣା କରିବ OERC