ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ : ଏସଆରସି

ଭୁବନେଶ୍ୱର(କେ ନ୍ୟୁଜ): ମହାନଦୀରୁ ବିପଦ ନାହିଁ । ମହାନଦୀ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି SRC ପ୍ରଦୀପ ଜେନା । ମହାନଦୀ ଅବବାହିକାରେ ବିଶେଷ କିଛି ସମସ୍ୟା ହେବନାହିଁ । ହୀରାକୁଦ ଜଳଭଣ୍ଡାରକୁ ପାଣି ପ୍ରବେଶ କମିଛି । ୪ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଗତକାଲି ୫ ଲକ୍ଷ ୫୦ କ୍ୟୁସିକ ଜଳ ପ୍ରବେଶ କରୁଥିଲା । ଆସନ୍ତାକାଲି ସକାଳେ ମୁଣ୍ଡଳୀଠାରେ ସାଢ଼େ ସାତ ଲକ୍ଷ କ୍ୟୁସେକରୁ ସାମାନ୍ୟ ଅଧିକ ଜଳ ପ୍ରବାହିତ ହେବ । ଏଥିଯୋଗୁଁ ମହାନଦୀ ଅବବାହିକାରେ ବିଶେଷ କିଛି ସମସ୍ୟା ସୃଷ୍ଟି ହେବ ଆଶଙ୍କା ନାହିଁ । ବ୍ରାହ୍ମଣୀ, ବୈତରଣୀ ଓ ବୁଢ଼ାବଳଙ୍ଗ ଓ ଜଳକାର ଜଳସ୍ତର କମୁଛି ।

ତେବେ ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ବିପଦ ସଙ୍କେତ ଉପରେ ରହିଛି । ଜଳସଂପଦ ବିଭାଗର ଆକଳନ ଅନୁଯାୟୀ ଆଜି ରାତି ୧୦ଟାରୁ ୧୨ଟା ଭିତରେ ଜଳସ୍ତର ୧୧.୫ ମିଟର ଉପରେ ପ୍ରବାହିତ ହେବ । ତେବେ ଏଥିଯୋଗୁ ବିଶେଷ କିଛି ସମସ୍ୟା ହେବ ନାହିଁ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଲକର କିଛି ତଳିଆ ଅଞ୍ଚଳର ବନ୍ୟା ପାଣି ପଶିବାର ଆଶଙ୍କା ରହିଛି । ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଜଳସଂପଦ ବିଭାଗ ଆଲର୍ଟ ରହିଛନ୍ତି । ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ଟିମ୍‌ଙ୍କୁ ମଧ୍ୟ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.