କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି କୌଣସି ବିପଦ ନାହିଁ , ବିଶେଷଜ୍ଞ ଟିମ୍‌ ଦେଇଛି ରିପୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗ ଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିମାପଡ଼ା, କାକଟପୁର ବିଧାୟକ ଓ ଏଏସ୍‌ଆଇ ଅଧିକାରୀ । ରୁରକି ସ୍ଥିତ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌-CBRIର ବିଶେଷଜ୍ଞମାନେ ସୂର୍ଯ୍ୟମନ୍ଦିରର ଯାଞ୍ଚ କରିଥିଲେ । ମନ୍ଦିର ପ୍ରତି ବର୍ତ୍ତମାନ ବିପଦ ନଥିବା ସେମାନେ କହିଛନ୍ତି । ସୂର‌୍ୟ୍ୟମନ୍ଦିର ସଂରକ୍ଷଣ ଓ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ । କୋଣାର୍କରେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା । ଏଥିପାଇଁ ପଦକ୍ଷେପ ନିଆଯିବ । ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ସୂର୍ଯ୍ୟ ମନ୍ଦିର ପ୍ରସଙ୍ଗରେ ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଏକ ବୈଠକ ହେବ । ଏଥିପାଇଁ ଦିଲ୍ଲୀରୁ ଏକ ବିଶେଷଜ୍ଞ କମିଟି ଆସିବେ । ଦରକାର ପଡ଼ିଲେ ସେମାନେ କୋଣାର୍କ ଯାଇ ସ୍ଥିତି ଅନୁଧ୍ୟାନ କରିବେ । କୋଣାର୍କ ସଂପର୍କରେ ଗଣମାଧ୍ୟମର ସମସ୍ତ ରିପୋର୍ଟର ତର୍ଜମା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

କୋଣାର୍କ ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢ଼ି ସାଦା ପଥର ଲଗାଇବା ପ୍ରସଙ୍ଗରେ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ବାବଦରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଚିଠି ପାଇଥିବା ଓ ଏହାର ଉତ୍ତର ଦେଇଥିବା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.