ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ,କୋଭିଡ ସଂକ୍ରମଣ ପାଇଁ ଆଲର୍ଟ ଜାରି ହୋଇଛି

କେନ୍ୟୁଜ୍(ବ୍ୟୁରୋ): କୋଭିଡ ସଂକ୍ରମଣ ପାଇଁ ସ୍କୁଲଗୁଡ଼ିକୁ ଆଲର୍ଟ ଜାରି ହୋଇଛି । ସର୍ଭେଲାନ୍ସ ମଧ୍ୟ ଚାଲିଛି। ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି। ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋଭିଡ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି, ତାକୁ କଡ଼ାକଡ଼ି ପାଳନ କରାଯାଉଛି। ସରକାରୀ ବିଦ୍ୟାଳୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ନିୟମାବଳୀ ଅନୁସାରେ କାର୍ଯ୍ୟକ୍ରମ ହେଉଛି।
ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି। ସେହିପରି ଜାନୁୟାରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ ପରୀକ୍ଷା ହେବ। ଯଦି ମାର୍ଚ୍ଚରେ ପରୀକ୍ଷା ହୋଇନପାରେ ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ। କୋଭିଡ ନିୟମ ମାନି ଓ ଯେଉଁ ପର୍ଯ୍ୟନ୍ତ ପାଠ ପଢ଼ାଯାଇଛି ସେତିକି ପାଠ୍ୟକ୍ରମରେ ପରୀକ୍ଷା ହେବ।