ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ୍ : ଗାଇଡ୍‌ଲାଇନ୍ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ । ଏଥିପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି । କଲେଜରେ ଥିବା ଆଣ୍ଟିର‍୍ୟାଗିଂ ସ୍କ୍ଵାଡ୍‌ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ର‍୍ୟାଗିଂ ରୋକିବା ପାଇଁ ସଚେତନ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟି ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ଜୁନିଅର୍‌ ଛାତ୍ରଛାତ୍ରୀଙ୍କୁ ସିନିଅରମାନେ ର‍୍ୟାଗିଂ କରୁଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.