ଓଡ଼ିଶାରେ ହେବ ନାହିଁ ବାଘ ଗଣନା, ୨୦୧୪ରେ ବାଘ ସଂଖ୍ୟା ଯାହା ଥିଲା ତାହା ଅପରିବର୍ତ୍ତିତ

ଓଡ଼ିଶାରେ ହେବ ନାହିଁ ବାଘ ଗଣନା । କେନ୍ଦ୍ରର ବ୍ୟାଘ୍ର ଗଣନା ଅନୁସାରେ ଓଡ଼ିଶାରେ ବାଘ ସଂଖ୍ୟା ସ୍ଥିର । ଅର୍ଥାତ ୨୦୧୪ରେ ବାଘ ସଂଖ୍ୟା ଯାହା ଥିଲା ଏବେ ତାହା ରହିଛି । ଓଡ଼ିଶାରେ ବର୍ତ୍ତମାନ ଅଛନ୍ତି ୨୮ଟି ବାଘ । ରାଜ୍ୟ ସରକାର ବାଘ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଏନଟିସିଏର ୨୦୧୮ ରିପୋର୍ଟ ତାହା ସଫଳ ହୋଇ ନଥିବା ସୂଚନା ଦେଉଛି । ପୂର୍ବରୁ ରାଜ୍ୟ ସରକାରଙ୍କ ଗଣନା ଅନୁଯାୟୀ ଓଡ଼ିଶାରେ ୪୦ଟି ବାଘ ଥଲେ । ତେବେ ଏନଟିସିଏ ରିପୋର୍ଟ ଆସିବା ପରେ ରାଜ୍ୟରେ ପୁଣି ଥରେ ବାଘ ଗଣାଯିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଆଉ ବାଘ ଗଣନା କରାଯିବ ନାହିଁ ବୋଲି ପିସିସିଏଫ ୱାଇଲଡ କହିଛନ୍ତି ।

କେନ୍ଦ୍ର ବାଘ ଗଣନା ରିପୋର୍ଟ ଅନୁଯାୟୀ ବ୍ୟାଘ୍ର ପ୍ରକଳ୍ପ ପରିଚାଳନାରେ ଓଡ଼ିଶାର ରେଟିଂ ବଢିଛି। ୨୦୧୪ରେ ଥିଲା ୨୮ । ୨୦୧୮ରେ ରହିଛି ୨୮ । ଓଡ଼ିଶାରେ ୨୦୦୬ରେ ଥିଲେ ୪୫ ବାଘ। ୨୦୧୦ରେ ବାଘ ସଂଖ୍ୟା କମି ୩୨ ହୋଇଥିଲା। ୨୦୧୪ରେ ପୁଣି କମି ୨୮ ହୋଇଥିଲା। ୨୦୧୮ରେ ବାଘ ସଂଖ୍ୟା ବଢି ନାହିଁ କି କମି ନାହିଁ। ଗତ ତିନିଟି ଗଣନାରେ ରାଜ୍ୟରେ କ୍ରମାଗତ ବାଘଙ୍କ ସଂଖ୍ୟା ଖସୁଥିବା ବେଳେ ଚଳିତ ରିପୋର୍ଟରେ ସ୍ଥିର ରହିଛି । ସରକାର ଶିମିଳିପାଳ ପାଇଁ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସାତକୋଶିଆ ପାଇଁ ୬ରୁ ୮କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ବାଘ ସଂଖ୍ୟା ବଢୁ ନବଢ଼ିବା ଚିନ୍ତାର କାରଣ ପାଲଟିଛି ।