ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟକୁ ନା’, ରାତି ୧୦ଟା ପରେ ବ୍ୟବହାର ହେବନି ଲାଉଡ଼ ସ୍ପିକର୍

ବ୍ରହ୍ମପୁର : ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟକୁ ନା’ । ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଦଣ୍ଡନାଚ । ତେବେ ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ଯେଭଳି ପରିବେଷଣ ନାହୁଏ ସେଥିପାଇଁ କଡ଼ା ନିଷ୍ପତି ନେଇଛି ପୋଲିସ ଓ ଜିଲ୍ଲା ପ୍ରଶାସନ । ଏନେଇ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦଣ୍ଡନାଚ କମିଟି ପକ୍ଷରୁ ଏସପି ଓ ବ୍ରହ୍ମପୁର ଟାଉନ୍ ଏସଡିପିଓଙ୍କୁ ଭେଟି ଅଶ୍ଲୀଳ ନୃତ୍ୟ ପରିବେଷଣ ନକରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଅନୁସାରେ ରାତି ୧୦ଟା ପରେ ଲାଉଡ଼ ସ୍ପିକର୍ ବ୍ୟବହାର କରିବା ଉପରେ କଟକଣା ରହିଛି । ତେବେ ଅଶ୍ଲୀଳ ନୃତ୍ୟ ପରିବେଷଣ ନକରିବା ପାଇଁ ଦଣ୍ଡନାଚ କମିଟି ଅନୁମତି ଆଣିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।