ସମାଜସେବୀ ଆଦିତ୍ୟଙ୍କୁ ଧକ୍କା ଦେଇନି କୌଣସି ଟ୍ରେନ, ଆଉ ଦୁଇ ମାଲବାହୀ ଟ୍ରେନ୍ ଲୋକପାଇଲଟଙ୍କ ବୟାନ ମୋଡିଲା ତଦନ୍ତର ଦିଗ

କେନ୍ୟୁଜ୍(ବ୍ୟୁରୋ):  ମାନବ ପ୍ରେମୀ  ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ।  ମୃତ୍ୟୁର ମାସେ ପୁରିବାକୁ  ବସିଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ମୋଡରେ  ପହଞ୍ଚି ପାରିନାହିଁ ଜିଆରପି।ତଥାପି ତଦନ୍ତ ଜାରି ରଖିଛି ଜିଆରପି  ପୋଲିସ। ଏହାରି ଭିତରେ ଆଜି ୨ ମାଲବାହୀ ଟ୍ରେନ୍‌ ଲୋକ ପାଇଲଟଙ୍କ ବୟାନ ରେକର୍ଡ କରିଛି ରେଳବାଇ ପୋଲିସ । ଆଦିତ୍ୟ ପ୍ରାଣ ହରାଇଥିବା ଦିନ ଟ୍ରେନ ଆଗରେ କେହି ଆତ୍ମହତ୍ୟା କରିନଥିବା ଉଭୟ ଲୋକପାଇଲଟ କହିଛନ୍ତି ।

ପୂର୍ବରୁ ଜିଆରପି ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍‌ର ଲୋକ ପାଇଲଟଙ୍କ ବୟାନ ରେକର୍ଡ ହୋଇଥିଲା । ଏହି ୩ଟି ଟ୍ରେନ ଲୋକ ପାଇଲଟ ବୟାନ ରେକର୍ଡ ବେଳେ ଘଟଣା ଦିନ ଟ୍ରେନ ଆଗରେ କେହି ଆତ୍ମହତ୍ୟା କରିନଥିବା କହିଛନ୍ତି । ଗତ ୭ ତାରିଖ ଦିନ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ଅନେକ ଦିନ ବିତିଲାଣି । ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କୁ ଜେରା କରିସାରିଲାଣି ଜିଆରପି । ତଥାପି ପୋଲିସର ହାତ ଖାଲି । ଦିନ ଗଡିବା ସହ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟକୁ ନେଇ ସସପେନସ୍‌ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.