ଦଶହରା ଯାଇ କାଳୀପୂଜା ଗଲା, ତଥାପି ରାଜ୍ୟରେ ନାହିଁ ଶୀତର ଦେଖା

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ। ଶୀତର ଦେଖା ନାହିଁ । ଓଡ଼ିଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହୁଛି । ଉପକୂଳରେ ରାତିରେ ଗରମ ଅନୁଭୂତ ହେଉଛି । ସବୁଠି ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହୁଛି । ଯେଉଁଠି ତୁଷାରପାତ ହେବା କଥା ସେଠି ରାତି ତାପମାତ୍ରାରେ ଏପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହୋଇ ନାହିଁ । ଏ ମାସରେ ବିଶେଷ ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।

୨୦୨୪ର ଭାରତ ଅତ୍ୟଧିକ ପାଣପାଗଜନିତ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗତ ୯ ମାସରେ ୨୭୪ ଦିନରୁ ୨୫୫ ଦିନ ପ୍ରଭାବିତ ହୋଇଛି। ୩ ହଜାର ୨୩୮ ଜଣଙ୍କ ମୃତ୍ୟୁ ଘଟିଛି । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନମେଣ୍ଟ ରିପୋର୍ଟରେ ଏହା କୁହାଯାଇଛି । ପ୍ରତି ଶତାବ୍ଦୀରେ ଥରେ ଘଟୁଥିବା ଘଟଣା ଏବେ ପ୍ରତି ପାଞ୍ଚ ବର୍ଷରେ ଥରେ ଘଟୁଛି । ଗତ ୧୨୩ ବର୍ଷ ମଧ୍ୟରେ ଏବର୍ଷ ଫେବ୍ରୁଆରୀରେ ଦ୍ବିତୀୟ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାରଯାଇଛି । ମେ ମାସରେ ଚତୁର୍ଥ ସର୍ବୋଚ୍ଚ ହାରାହାରି ତାପମାତ୍ରା ରେକର୍ଡ କରାଯାଇଛି। ୧୯୦୧ ପରଠାରୁ ସର୍ବାଧିକ ସର୍ବନିମ୍ନନ ତାପମାତ୍ରା ଜୁଲାଇ, ଅଗଷ୍ଟ ଓ ସେପଟେମ୍ବରରେ ରେକର୍ଡ କରାଯାଇଛି।

You might also like