ରାଜ୍ୟ

କରୋନା ଡରରେ ଆସିଲେନି କେହି, ଶବ ସତ୍କାର କଲେ ମେଡିକାଲ କର୍ମଚାରୀ ଓ ସ୍ୱେଚ୍ଛାସେବୀ

ମାହାଙ୍ଗା (କେନ୍ୟୁଜ୍‌) : କରୋନା ଆତଙ୍କରାଜ ଏବେ ସହର ଠାରୁ ଗାଁ ଯାଏ । କିଛି ଦିନ ତଳେ ମାସ୍କକୁ ଅଣଦେଖା କରୁଥିବା ମଣିଷ ଏବେ ମୃତ୍ୟୁକୁ ଦେଖି ଭୟ ପାଉଛି । ହେଲେ ଏଇ ଭୟ ତାକୁ ମାନବିକତା ହରାଇବାକୁ ଯେମିତି ବାଧ୍ୟ କରୁଛି । ବେଳେ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଉ ଆଜି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ପାଇକରାପୁର ପଞ୍ଚାୟତ ବ୍ରାହ୍ମଣମଣିଯୋରି ଗାଁରେ । ଏଇ ଗାଁରେ ଘଟିଛି ଏମିତି ଏକ ଘଟଣା ଯାହା କରୋନା ଭୟର ଏକ ବଡ଼ ଉଦାହରଣ । କେତେଦୂର ଲୋକଙ୍କୁ କରୋନା ଆତଙ୍କ ଘାରିଛି ତାହା ସ୍ପଷ୍ଟ ହୋଇଛି । ଏଇ ଗାଁର ୫୨ ବର୍ଷ ବୟସ୍କ କିଶୋର ଚନ୍ଦ୍ର ଜେନା ଦୀର୍ଘ ଦିନ ହେବ ପୁରୀର ଏକ ହୋଟେଲରେ କାମ କରୁଥିଲେ l

ଗତ ୨୦ ତାରିଖ ଦିନ ଦେହ ଖରାପ ହେବାରୁ ଚାଲି ଆସିଥିଲେ ନିଜ ଗାଁକୁ । ତାଙ୍କୁ ଝାଡ଼ାବାନ୍ତି ହେବାରୁ ୨୩ ତାରିଖ ରାତିରେ ମାହାଙ୍ଗା ମେଡିକାଲ୍ କୁ ଯାଇଥିଲେ ଚିକିତ୍ସା ପାଇଁ । ତେବେ ଚିକିତ୍ସିତ ହେବା ପରେ ଘରକୁ ଫେରି ଆସିଥିଲେ l ହେଲେ ଆଜି ସକାଳୁ ଅସୁସ୍ଥତା ଅନୁଭବ କରିବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଗାଡ଼ି ଆସିବା ବେଳକୁ ଆଉ ଏକ ଦୁନିଆରେ ନଥିଲେ କିଶୋର ଚନ୍ଦ୍ର । ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ତେବେ କିଶୋରଙ୍କ ମୃତ୍ୟୁ ପରେ ସାହିଭାଇ କେହି ଆସିଲେ ନାହିଁ । ମନରେ ଥିଲା କରୋନାରେ ମୃତ୍ୟୁ ହୋଇଛି ବୋଲି ସନ୍ଦେହ । ତେଣୁ ଶବ ସତ୍କାର କରିବାକୁ ଗଲେ ନାହିଁ l ଶେଷରେ ମାହାଙ୍ଗା ମେଡିକାଲ୍ ଆକାଉଣ୍ଟାଣ୍ଟ ସନ୍ତୋଷ ଶତପଥୀ ଓ ତାଙ୍କ ସହଯୋଗୀ ପହଞ୍ଚିଲେ କିଶୋରଙ୍କ ଘରେ । ତାଙ୍କ ସାଥୀରେ ଥିଲେ କେତେ ଜଣ ସମାଜସେବୀ । ସେମାନେ ସମସ୍ତେ ମିଶି ଶବକୁ କାନ୍ଧ ଦେଲେ । ନେଇ ସତ୍କାର କଲେ l କିଶୋରଙ୍କ ପୁଅ ଦେଲେ ମୁଖାଗ୍ନି ।

ତେବେ କିଶୋରଙ୍କ ପରେ ତାଙ୍କ ବିଧବା ପତ୍ନୀ ଗୋଟିଏ ୨୧ ବର୍ଷର ଝିଅ ଓ ଦୁଇ ପୁଅ ଏବେ ବେସାହାରା ହୋଇଗଲେ l ପୁଣି ଦୁଃଖ ହେଉଛି ସାନ ପୁଅଟି ମାନସିକ ଭିନ୍ନକ୍ଷମ । କିଶୋରଙ୍କ ରୋଜଗାରରେ ହିଁ ପରିବାର ଚଳୁଥିଲା । ତେଣୁ ଏବେ ଭୁଶୁଡ଼ି ଯାଇଛି ସେମାନଙ୍କ ଆର୍ଥିକ ସ୍ଥିତି । ଏମିତିକି କିଶୋରଙ୍କ ଶୁଦ୍ଧି ଘର କେମିତି କରିବେ ସେ ଚିନ୍ତାରେ ଅଛନ୍ତି ପରିବାର ଲୋକେ ।

କରୋନାକୁ ଡରିବା ସତ ହେଲେ ସେଥିରେ ଯଦି ମାନବିକତା ମରି ଯାଉଛି ତେବେ ଲାଭ କଣ ? ତେଣୁ ସତର୍କ ଓ ସଚେତନ ରହି ସବୁ କାମ କରିବାକୁ ପଡ଼ିବ । ନଚେତ ଆପଣ ଯଦି କାହା ପାଇଁ ଠିଆ ନହେବେ ଆପଣଙ୍କ ଅସୁବିଧାରେ କିଏ ଆସିବ ସହାୟତା ପାଇଁ ? ଏଭଳି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ହେଉଛନ୍ତି ମାହାଙ୍ଗା ମେଡିକାଲର ଆକାଉଣ୍ଟାଣ୍ଟ ସନ୍ତୋଷ ଶତପଥୀ । ଯିଏକି ପୂର୍ବରୁ ମଧ୍ୟ ଏଭଳି କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago