NOC ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗ ଗିରଫ, ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର

ଭୁବନେଶ୍ୱର (କେନ୍ୟୁଜ): ଏନଓସି ଜାଲିଆତି କରି ଗାଡି ବିକୁଥିବା ଗ୍ୟାଙ୍ଗ ଗିରଫ । ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିଲା ଠକେଇର ଚେର । ଫାଇନାନ୍ସ ଗାଡିକୁ କମ୍‌ ଟଙ୍କାରେ କିଣି ଜାଲ କାଗଜପତ୍ର ତିଆରି କରୁଥିଲେ । ଏହାର ମିଛ ଏନଓସି ତିଆରି କରି ଗାଡି ବିକ୍ରି କରୁଥିଲେ ଗ୍ୟାଙ୍ଗ । ଗାଡି ମାଲିକଙ୍କୁ ଚୂନ ଲଗାଇ ଫେରାର ହୋଇଯାଉଥିଲେ । ପରେ ଫାଇନାନ୍ସ କମ୍ପାନୀ ଗାଡି ମାଲିକଙ୍କ ଠାରୁ ଗାଡି ଟାଣି ଆଣୁଥିଲେ ।

ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଏକ ବୋଲେରା ଗାଡି ଜବତ ହୋଇଛି। ଏହି ଗ୍ୟାଙ୍ଗ ଶତାଧିକ ଲୋକଙ୍କୁ ଠକିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.