ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ୨୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

ଏଥର ଅଛନ୍ତି ମୋଟ ୨କୋଟି ୮୯ଲକ୍ଷ ୩୫ହଜାର ୫୨୦ଭୋଟର । ୯୧ହଜାର ୯୧୩ ୱାର୍ଡ ମେମ୍ବର, ୬ହଜାର ୭୪୯ ସରପଞ୍ଚ, ୬ହଜାର ୭୯୩ ସମିତି ସଭ୍ୟଙ୍କ ପାଇଁ ନିର୍ବାଚନ ହେବ । ସେହିଭଳି ୮୫୩ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ୍‌ । ଏଥର ମତଦାନ ପାଇଁ ଅଧିକ ଘଣ୍ଟାଏ ସମୟ ଦିଆଯିବ ।

Leave A Reply

Your email address will not be published.