ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

କାମାକ୍ଷାନଗର/ କଟକ (କେନ୍ୟୁଜ): ଭିଜିଲାନ୍ସ ଜାଲରେ SI। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହାବୀରରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଚଢାଉ କରାଯାଇଛି। ୭ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍‌ସର ୮ଟି ଟିମ୍‌। ଟିମ୍‌ରେ ୩ଜଣ DSP ଓ ୭ଜଣ ଇନିସପେକ୍ଟର ଅଛନ୍ତି।

ଏଥି ସହିତ ଢେଙ୍କାନାଳ ସହରରେ ୨ଟି ଦୁଇ ମହଲା ଘର ଓ ଗଁଦିଆ ଅଞ୍ଚଳରେ ଏକ ଫାର୍ମ ହାଉସରେ ଚାଲିଛି ରେଡ୍‌। ସରକାରୀ ଅଫିସ, ପୈତୃକ ଘର ଓ ଶ୍ୱଶୁର ଘରେ ମଧ୍ୟ ଚଢାଉ ଚାଲିଛି। ଏ ପର୍ଯ୍ୟନ୍ତ ୩ ଶହ ଗ୍ରାମ ସୁନା ଓ ଏକ ଲକ୍ଷ ଟଙ୍କା ଜବତ ହୋଇଛି। ଚଢଉ ଡାରି ରହିଥିବାରୁ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ।

Leave A Reply

Your email address will not be published.