ସରିଲା ଧର୍ମମାସ, ଆଜି ଛାଡ଼ଖାଇ ପାଇଁ ଆମିଷ ବଜାରରେ ଖଚାଖଚ ଭିଡ଼

କେନ୍ୟୁଜ୍(ବ୍ୟୁରୋ):  ସରିଲା ଧର୍ମମାସ । ମାସକ ଯାକ ଆମିଷ ଖାଇନଥିବା ଲୋକ ଆଜି ଛାଡ଼ଖାଇ ପାଳୁଛନ୍ତି । ଶନିବାର ଛାଡ଼ଖାଇ ପଡିଥିବାରୁ ଅଧିକାଂଶ ଲୋକେ ଗତକାଲି ଛାଡଖାଇ କରିନଥିଲେ। ତେଣୁ ଆଜି ରବିବାର ବେଶ୍‌ ଜମିବ ଛାଡଖାଇ। ସକାଳୁ ସକାଳୁ ଆମିଷ କିଣିବା ପାଇଁ ବଜାରରେ ଲୋକଙ୍କ ଭିଡ ଜମିଲାଣି।

ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଦୋକାନରେ ବିଭିନ୍ନ ପ୍ରକାରର ଆମିଷ ରଖିଛନ୍ତି ବ୍ୟବସାୟୀ । ମାଛ, ମାଂସ, ଚିଙ୍ଗୁଡି ଓ କଙ୍କଡା କିଶୁଛନ୍ତି ଗ୍ରାହକ । ମାଛ କେଜି ୧୮୦ରୁ ୨୦୦ ଟଙ୍କା ଥିବାବେଳେ ଚିକେନ ୨୦୦ ଟଙ୍କା ରହିଛି । ମଟନ୍‌ ୭୦୦ରୁ ୮୦୦ ଟଙ୍କା ରହିଛି ।

ଚଳିତବର୍ଷ ଛାଡ଼ଖାଇ ପାଳିବା ପାଇଁ କଟକ ଓ ଭୁବନେଶ୍ବର ସହରର ହୋଟେଲଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। କେଉଁଠି ଖାସିମାଂସ ଝୋଳ ତ’ କେଉଁଠି ଚିଙ୍ଗୁଡ଼ି ଓ ଚିକେନ୍‌ ପାଇଁ ଆଗୁଆ ଅର୍ଡର୍‌ ଦେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ହୋଟେଲ୍‌ ମାଲିକମାନେ। ବିଶେଷ କରି କଟକ ସହରବାସୀଙ୍କ ପ୍ରତ୍ୟେକ ପସନ୍ଦ ଅନୁଯାୟୀ ସମସ୍ତ ପ୍ରସ୍ତୁତି ହେଉଥିବା ମାଲିକମାନେ ପ୍ରକାଶ କରିଛନ୍ତି। ଏପରିକି ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ ହୋମ୍‌ ଡେଲିଭରି ପାଇଁ ଅର୍ଡର୍‌ ନେଇ ଚମତ୍କାର ଅଫର ରଖିଥିବା ସେମାନେ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.