ଆଉ ହେବନାହିଁ ଓକିଲ ଆନ୍ଦୋଳନ, କାଲିଠୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର କୋର୍ଟ କାମ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ହେଲା ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ସୁପ୍ରିମକୋର୍ଟଙ୍କ କଥା ମାନିଲେ ଓକିଲ । କାଲିଠୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର କୋର୍ଟ କାମ । ଆଉ ହେବନାହିଁ ଓକିଲ ଆନ୍ଦୋଳନ । ଏ ନେଇ ଆଜି ବସିଥିବା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ସମସ୍ତ କୋର୍ଟର ଓକିଲମାନେ କାଲିଠାରୁ କାର୍ଯ୍ୟରେ ଯୋଗଦେବେ । ଆଉ କୌଣସି ସମୟରେ କୋର୍ଟ ବନ୍ଦ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୨୩ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଗତ ସପ୍ତାହରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ସେଣ୍ଟାଲ ବାର କାଉନସିଲ ଓ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବା ସହ ବନ୍ଦ ସଂପର୍କୀତ ସମସ୍ତ ଦସ୍ତାବିଜ ଓ ସତ୍ୟପାଠ ଦାଖଲ କରିଥିଲେ । ପ୍ରଥମେ କୋର୍ଟ କାମ ସ୍ୱାଭାବିକ କଲେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଉପରେ ଆଲୋଚନା କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନଜୀବୀ ଆନ୍ଦୋଳନ ପ୍ରତ୍ୟାହାର କରି କାମରେ ଯୋଗ ଦେଉଥିବା କହିଛନ୍ତି ।

 

Leave A Reply

Your email address will not be published.