ସ୍ୱଭାବିକ ହେବ ତାଳଚେର କୋଇଲା ଖଣି କାମ, ମୃତକଙ୍କ ପରିବାରକୁ ୩୦ ଲକ୍ଷ କ୍ଷତିପୂରଣ ଓ ଚାକିରି ପ୍ରତିଶ୍ରୁତି

ସ୍ୱଭାବିକ ହେବ ତାଳଚେର କୋଇଲା ଖଣି କାମ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ତ୍ରିପାକ୍ଷିକ ବୈଠକ ସଫଳ ହୋଇଛି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଭରତପୁର ଖଣିରେ ଦୁର୍ଘଟଣା ଯୋଗୁ ଗତ ୨୨ ତାରିଖରୁ ୯ଟି ୟୁନିଟ୍‌ରୁ ପରିବହନ ଓ ଉତ୍ପାଦନ ବନ୍ଦ ରହିଥିଲା । ସେପଟେ ଖଣି ବନ୍ଦ ଆନ୍ଦୋଳନ ପ୍ରଭାବ ପଡ଼ିଥିଲା ଏନ୍‌ଟିପିସି ଉପରେ । କୋଇଲା ସଙ୍କଟ ଯୋଗୁଁ ଏନ୍‌ଟିପିସିରେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଥିଲା।