ଆଜି ସରୁଛି ଡେଡ ଲାଇନ, ଦେଶ ଛାଡିବାକୁ ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ୍

ଭୁବନେଶ୍ୱର / ବ୍ରହ୍ମପୁର : ବ୍ରହ୍ମପୁରରେ ପାକିସ୍ତାନୀ ମହିଳା । ପାକିସ୍ତାନୀ ମହିଳାଙ୍କୁ ନୋଟିସ ଜାରି କଲା ପ୍ରଶାସନ। ତୁରନ୍ତ ଦେଶ ଛାଡ଼ିବାକୁ ନୋଟିସ ଜାରି କରାଯାଇଛି। ରାହିମା ଆରା ନାମକ ମହିଳାଙ୍କ ଘରେ ପହଞ୍ଚି ଭିସା ଯାଞ୍ଚ କରିଛି ପୋଲିସ। ମିଲିଟାରୀ ଲାଇନ ବଡ଼ ମସଜିଦ ଗଳିରେ ରହୁଛନ୍ତି ମହିଳା । ୨୫ ବର୍ଷରୁ ଅଧିକ ହେବ ମହିଳା ଜଣକ ପରିବାର ସହ ରହୁଛନ୍ତି । ୧୯୮୬ରେ ବ୍ରହ୍ମପୁର ବଡ଼ ମସଜିଦ ଲେନ ଅଞ୍ଚଳର ସୟାଦ ରିଆଉଜିଦିନଙ୍କୁ ବିବାହ କରିଥିଲେ l ତେବେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ତିନି ଝିଅ ଅଛନ୍ତି। ସେ ଏବେ ଟାଟା ନଗରରେ ନିଜ ଝିଅ ଘରକୁ ଯାଇଛନ୍ତି ।

ସେପଟେ ଆଜି ସରୁଛି ମେଡିକାଲ ଭିସାରେ ଥିବା ପାକିସ୍ତାନ ନାଗରିକ ଭାରତ ଛାଡିବାର ଡେଡ ଲାଇନ୍ । ଏପ୍ରିଲ ୨୭ରେ ଥିଲା ପାକିସ୍ତାନ ଫେରିବା ପାଇଁ ଡେଡ ଲାଇନ୍ । ଓଡ଼ିଶାରେ ୧୨ ପାକିସ୍ତାନ ନାଗରିକ ମଧ୍ୟରୁ କେବଳ ଭୁବନେଶ୍ଵରର ନଗମା ୟୁସୁଫ କରାଚି ଫେରିଛନ୍ତି । ଅନ୍ୟ ୧୧ ଜଣ ଓଡ଼ିଶାରେ ରହିଛନ୍ତି । ସମସ୍ତଙ୍କୁ ନୋଟିସ ଦିଆଯାଇଛି ।  ତେବେ ଏନେଇ ପୋଲିସ ଡିଜି ଗତକାଲି କହିଥିଲେ ସେମାନଙ୍କ ସଂପର୍ ରେ କେନ୍ଦ୍ର ଗୃହ ବିଭାଗକୁ ଅବଗତ କରାଯାଇଛି ।  ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ।  ତେବେ କଣ ହେବ ଓଡ଼ିଶାରେ ଥିବା ପାକିସ୍ତାନ ନାଗରିକଙ୍କ ଭାଗ୍ୟ ?

 

ଆହୁରି ପଢ଼ନ୍ତୁ :  ପ୍ରେମରେ ସାହିପାରିଲେନି ଧୋକା, ଶେଷରେ ଜୀବନ ହାରିଲେ ବ୍ୟକ୍ତି