ପୁରୀ (କେନ୍ୟୁଜ୍): ସ୍ନାନଯାତ୍ରା ସମୟରେ ବିଶୃଙ୍ଖଳା ପାଇଁ ଏକାଧିକ ସେବାୟତଙ୍କୁ ନୋଟିସ୍। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ସେବାୟତଙ୍କୁ କୈଫିୟତ ତଲବ କରାଯାଇଛି। ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ଆଦର୍ଶ ବ୍ୟବସ୍ଥାବଳୀ ଉଲଘଂନ କରିଥିବାକୁ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡିଛି। ସ୍ନାନଯାତ୍ରାରେ ନୀତି ସହ ସଂପୃକ୍ତ ସେବାୟତମାନେ ସ୍ନାନ ମଣ୍ଡପକୁ ଯିବା ପାଇଁ ନିୟମ ରହିଥିଲା। ତେବେ ଏହାର ଉଲଘଂନ କରି କେତେକ ଭକ୍ତ ମହାପ୍ରଭୂଙ୍କୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି। ଏପରିକି ନିଜେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସ୍ନାନମଣ୍ଡପ ଉପରକୁ ଚଢିଥିବା ଅଭିଯୋଗ ହୋଇଛି। ତେବେ ନୋଟିସ୍ ହୋଇଥିବା ସେବାୟତଙ୍କ ନାଁ ଗୋପନ ରଖାଯାଇଛି।