ଐତିହ୍ୟ କ୍ୟାବିନେଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଐତିହ୍ୟ କ୍ୟାବିନେଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୮ଜଣ ସଦସ୍ୟ ସାମିଲ ଅଛନ୍ତି। ଅର୍ଥ, ସଂସ୍କୃତି, ହସ୍ତତନ୍ତ ବିଭାଗ, ଅନୁସୂଚିତ ଜାତି-ଜନଜାତି ବିକଶ ମନ୍ତ୍ରୀ ରମେଶ ମାଝୀ ସାମିଲ ଅଛନ୍ତି। ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ଓଞ ବିଭାଗ ମନ୍ତ୍ରୀଙ୍କ ନାଁ ବି ରହିଛି। କ୍ୟାବିନେଟ ଓଡ଼ିଆ ଭାଷାକୁ ସଂରକ୍ଷଣ କରିବ। ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ କରିବ କ୍ୟାବିନେଟ। ଭାଷା ପ୍ରଚାର ପାଇଁ କାମ କରୁଥିବା ସଂସ୍ଥା ସହ ସମନ୍ଵୟ ରଖି ସଂସ୍କୃତିର ସମୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବ। ଏନେଇ ସମସ୍ତ ପରାମର୍ଶ ଦେବ କ୍ୟାବିନେଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.