ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଚକରା ବାରିକ ପୋଲିସ୍ ଗୁଳିରେ ଆହତ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଚକରା ବାରିକକୁ ଏନକାଉଣ୍ଟର । ଏନକାଉଣ୍ଟରରେ ଚକରା ବାରିକ ଆହତ । ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ୬ରୁ ୭ ଜଣ ଅପରାଧୀ ଚକରା ନେତୃତ୍ୱରେ ବଡ଼ ଅପରାଧ ପାଇଁ ମସୁଧା କରୁଥିଲେ । ସେମାନଙ୍କ ପାଖରେ ପିସ୍ତଲ, ହାତ ବୋମା, ଭୁଜାଲି ଆଦି ମାରଣାସ୍ତ୍ର ଥିଲା ।

ସ୍ପେଶାଲ ସ୍କ୍ଵାଡ ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା । ପୋଲିସ ଉପରକୁ ଗୁଳି ଚଳାଇବା ସହ ବୋମା ପକାଇଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା । ଚକରା ଆହତ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.