ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଢେଙ୍କାନାଳ : ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର। ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ ହୋଇଛି ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରିଛି ପୋଲିସ । ଜଣକୁ ହତ୍ୟା କରିବାକୁ ଜଙ୍ଗଲ ମଧ୍ୟରେ ଯୋଜନା କରୁଥିବା ବେଳେ ଖବର ପାଇ ସଦରଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଚଢଉ କରିଥିଲା ।
ପୋଲିସକୁ ଦେଖି ଗୁଳି କରିଥିଲା ହଣ୍ଡ । ପୋଲିସ ତାକୁ କାଙ୍କଡପାଳରୁ ଗୋଡାଇ ଗୋଡାଇ ମଙ୍ଗଳପୁର ପର୍ଯ୍ୟନ୍ତ ଆଣିବା ସହ ସାଉଁଳିଆ ଜଙ୍ଗଲ ନିକଟରେ ପାଲଟା ଗୁଳିମାଡ଼ କରିଥିଲେ। ହଣ୍ଡର ଡାହାଣ ଗୋଡ ଆଣ୍ଠୁ ନିକଟରେ ବାଜିଛି ଗୁଳି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ବମ୍ ସ୍ଵାର୍ଡ ପହଞ୍ଚି ତଦନ୍ତ କରିବା ସହ ଏନକାଉଣ୍ଟର ସ୍ଥଳରୁ ଦେଶୀ ପିସ୍ତଲ, ଖୋକା ଜବତ କରିଛି । ପ୍ରଥମେ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ ।