ରାଜ୍ୟ

ଧରାପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର, ଜାଣନ୍ତୁ କେମିତି ଧରିଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଧରାପଡ଼ିଲା କମିଶନରେଟ ପୋଲିସର ନିଦ ହଜାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ହାଇଦ୍ରାବାଦ ଆଉଟସ୍କଟ ଜାହିରାବାଦରୁ ଗିରଫ କଲା କମିଶନରେଟ ପୋଲିସ । ହାଇଦରକୁ ଧରିବା ପାଇଁ କମିଶନରେଟ ପୋଲିସର ଦୁଇଟି ଟିମ୍ ହାଇଦ୍ରାବାଦ ଯାଇଥିଲା। ସେଠାରୁ  ସେ ରଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ସୂଚନା ପାଇଥିଲା କମିଶନରେଟ ପୋଲିସର ସ୍ପେଷାଲ ଟିମ୍ ।

ଆଜି  ସନ୍ଧ୍ୟାରେ ହାଇଦର  ରଙ୍ଗାରେଡ୍ଡୀ  ଅଞ୍ଚଳରେ ବାଇକରେ ଯାଉଥିବା ବେଳେ ତେଲେଙ୍ଗାନା ପୋଲିସର ଟିମ୍  ଓ କମିଶନରେଟ ପୋଲିସର ସ୍ପେଷାଲ ଟିମ ମିଳିତ ଭାବେ ଚଢାଉ କରି ହାଇଦରକୁ  ଧରିଛି। ହାଇଦରକୁ  ଧରିବା ପରେ ସିପି,କଟକ ଡିସିପି ଓ ଟିମଙ୍କୁ ସାବାସୀ ଜଣାଇଛନ୍ତି ପୋଲିସ ଡିଜି ଅଭୟ। ଗୁଇନ୍ଦା ଓ ବୈଷୟିକ ଗୁଇନ୍ଦା ତଥ୍ୟ ଆଧାରରେ ତାକୁ ଠାବ କରିଥିଲା ପୋଲିସର ସ୍ପେଶାଲ ସ୍କ୍ଵାର୍ଡ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାକୁ ଓଡ଼ିଶା ଅଣାଯାଇ କୋର୍ଟରେ ହାଜର କରାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

 ଗତ ୧୦ତାରିଖରେ ହାଇଦର କଟକ ଏସ.ସି.ବି ମେଡିକାଲକୁ ଚିକିତ୍ସା ପାଇଁ ଆସି ସେଠାରୁ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଥିଲା । ପୋଲିସ କମିଶନରଙ୍କ କହିବା ମୁତାବକ ଏସସିବିରୁ ହାଇଦର ବାଇକରେ ଫେରାର ହୋଇଯାଇଥିଲା । ପରେ କାର ଯୋଗେ ସେଠାରୁ ସେ ହାଇଦ୍ରାବାଦ ଯାଇଥିଲା। ତାକୁ ପୂରା ସ୍କାନରେ ରଖିଥିଲା କମିଶନରେଟ ପୋଲିସର ଏକ ସ୍ପେଷାଲ ଟିମ୍। ଆଜି ସନ୍ଧ୍ୟାରୁ ତାକୁ ରଙ୍ଗା ରେଡ୍ଡୀ ଜିଲ୍ଲାରୁ ଗିରଫ କରାଯାଇଛି। ସେପଟେ ହାଇଦ୍ରାବାଦ ପୋଲିସ ମଧ୍ୟ ଟ୍ବିଟ କରି ହାଇଦରକୁ ଗିରଫ କରିଥିବା କଥା ଜଣାଇଛି।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

45 seconds ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

17 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

30 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

39 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

42 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago