ଆଜିଠାରୁ ହାଇବ୍ରିଡ ମୋଡରେ ଚାଲିବ ଓଡ଼ିଶା ହାଇକୋର୍ଟ, ଲାଇଭ୍‌ ଟେଲିକାଷ୍ଟ ଜରିଆରେ ହେବ ମାମଲାର ଶୁଣାଣି

କଟକ (କେନ୍ଯୁଜ):  ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ। ଆଜିଠାରୁ ହାଇବ୍ରିଡ ମୋଡରେ ଚାଲିବ ଓଡ଼ିଶା ହାଇକୋର୍ଟ। ପରୀକ୍ଷାମୂଳକ ଭାବେ ବିଚାରପତିଙ୍କ ଅଦାଲତ ଚାଲିବ ଲାଇଭ ଷ୍ଟ୍ରିମିଙ୍ଗରେ। ସାଧାରଣଲୋକ ହାଇକୋର୍ଟଙ୍କ ୟୁଟ୍ୟୁବ ଲିଙ୍କ ସବସ୍କ୍ରାଇବ କରି ଦେଖିପାରିବେ କୋର୍ଟ ପ୍ରୋସିଡିଙ୍ଗ। ଲାଇଭ୍‌ ଟେଲିକାଷ୍ଟ ମାଧ୍ୟମରେ ମାମଲାର ଶୁଣାଣି କରାଯିବ ।

ହାଇକୋର୍ଟରେ କେଉଁ ମାମଲାର କ’ଣ ଶୁଣାଣି ହେଉଛି ତାହା ଘରେ ବସି ଦେଖିପାରିବେ। ଏନେଇ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁ ମାମଲା ଟେଲିକାଷ୍ଟ କରାଯିବ ଏବଂ କେଉଁ ମାମଲାର କରାଯିବ ନାହିଁ ସେ ସମ୍ପର୍କରେ ସୂଚନା ଦିଆଯାଇଛି । ଲାଇଭ୍‌ ଟେଲିକାଷ୍ଟ ପାଇଁ ଏକ େଓ୍ଵ ପୋର୍ଟାଲ ଜାରି କରାଯିବ । ଯେଉଁଥିରେ ହାଇକୋର୍ଟର ବିଭିନ୍ନ ମାମଲାର ପ୍ରସାରଣ କରାଯିବ। ଏଥିରେ ଅଡିଓ ଏବଂ ଭିଜୁଆଲ ରହିବ । ଲାଇଭ୍‌ ଟେଲିକାଷ୍ଟ ମାମଲା ୨ ମିନିଟ୍‌ ବିଳମ୍ବରେ ଦେଖାଯିବ। ବୈବାହିକ ମାମଲା, ଯୌନ ନିର୍ଯାତନା, ଦୁଷ୍କର୍ମ ଭଳି ମାମଲାର ଲାଇଭ୍‌ ଉପରେ କଟକଣା ରହିବ । କୌଣସି ମାମଲାର ଲାଇଭ୍‌ ଷ୍ଟ୍ରିମିଂକୁ ବିଚାରପତି ଚାହିଁଲେ ବନ୍ଦ କରିପାରିବେ । ଲାଇଭ୍‌ ଷ୍ଟ୍ରିମିଂ ସମୟରେ କୌଣସି ଚାଟିଂ ବା ଲାଇଭ୍‌ କମେଣ୍ଟ ପାଇଁ ଅନୁମତି ଦିଆଯିବ ନାହିଁ । ଲାଇଭ୍‌ ଷ୍ଟ୍ରମିଂର କପି କାହାକୁ ପ୍ରଦାନ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

 

Leave A Reply

Your email address will not be published.