ଭୁବନେଶ୍ବର: ଏଣିକି ଚାଷୀଙ୍କୁ ମିଳିବ ନିଜ ହକ୍ । ଆଉ ରହିବନି ବଳକା ଧାନ କିଣା ବିକା ଟେନସନ୍ । ଚାଷୀଙ୍କ ଆର୍ଥିକ ସ୍ଥିତି ସୃଦୃଢ କରିବାକୁ ଅଧିକ ୮ ଲକ୍ଷ ଧାନ କିଣିବ ଏଫସିଆଇ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କ୍ରମେ ଅଧିକ ଧାନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟରୁ ମୋଟ ୫୮ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଖରିଫ ଫସଲ ପାଇଁ ଧାନ କିଣା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି । ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ ରଖାଯାଇଛି ।
ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଗତ ଅଗଷ୍ଟ ୪ ତାରିଖରେ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ଧର୍ମେନ୍ଦ୍ର । ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଉଷୁନା ଚାଉଳ ଉଠାଣ ସହ ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ କରିବା ପାଇଁ ଆଲୋଚନା କରିଥିଲେ । ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ରକ୍ଷା କରି ଏବେ ଅଧିକ ଧାନ କିଣିବାକୁ କେନ୍ଦ୍ର ପ୍ରସ୍ତୁତି ଚଳାଇଛି । ସେପଟେ କେନ୍ଦ୍ରର ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Also read: ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା, ସେନ୍ୟାର ପରେ ଦିତ୍ବା