Below header

ନିର୍ବାଚନୀ ଋତୁରେ ଏବେ ଡିମାଣ୍ଡରେ ଫୁଲ, ଭାରି ଲାଭରେ ଏବେ ଫୁଲ ବ୍ୟବସାୟୀ

ନିର୍ବାଚନ ପାଇଁ ଏବେ ଫୁଲ ବ୍ୟବସାୟୀଙ୍କ ବଲ୍ଲେ ବଲ୍ଲେ

କଟକ (କେନ୍ୟୁଜ): ନିର୍ବାଚନୀ ଋତୁରେ ଏବେ ଡିମାଣ୍ଡରେ ଫୁଲ…ନିର୍ବାଚନ ପାଇଁ ଏବେ ଫୁଲ ବ୍ୟବସାୟୀଙ୍କ ବଲ୍ଲେ ବଲ୍ଲେ…ଭାରି ଲାଭରେ ଏବେ ଫୁଲ ବ୍ୟବସାୟୀ…ନିର୍ବାଚନ ଲାଗି ଫୁଲର ଆବଶ୍ୟକତା ଅଧିକ ଥିବାରୁ ଫୁଲ ବ୍ୟବସାୟୀଙ୍କ ବେପାର ଏବେ ବଢି ଯାଇଛି । ଦୋକାନରେ ଫୁଲ ଏବେ ସଟେଜ୍‌ ପଡୁଛି । ଫୁଲର ଡିମାଣ୍ଡ ଏବେ ଏତେ ବେଶି ଯେ ଦୋକାନରେ ଫୁଲର ପଡୁଛି ଅଭାବ । ଫୁଲ ବ୍ୟବସାୟୀଙ୍କର ଅନ୍ୟ ସମୟର ବ୍ୟବସାୟ ଠାରୁ ଏହି ନିର୍ବାଚନୀ ସମୟର ବ୍ୟବସାୟ ଦୁଇ ତିନି ଗୁଣ ଅଧିକ ହେଉଛି । ବିଭିନ୍ନ ଦଳର କର୍ମୀ ମାନେ ନେତା ମାନଙ୍କ ପାଇଁ ଫୁଲ ହାର ,ଫୁଲ ତୋଡା, ଶୋଭାଯାତ୍ରାରେ ଗାଡିକୁ ସଜାଇବା ପାଇଁ ଫୁଲ , ନେତାଙ୍କ ଉପରେ ପକାଇବା ପାଇଁ ଫୁଲ କିଣୁଛନ୍ତି । ଯେଉଁ କାରଣରୁ ଫୁଲ ବ୍ୟବସାୟୀ ମାନଙ୍କ ବ୍ୟବସାୟ ଏବେ ବଢି ଯାଇଛି ।

ଫୁଲ ବ୍ୟବସାୟ ବଢି ଯିବାରୁ ବ୍ୟବସାୟୀ ମାନେ ଅଧିକ ଲାଭବାନ ହେଉଛନ୍ତି । ପୂର୍ବରୁ ଯେଉଁ ଦର ଥିଲା, ବର୍ତ୍ତମାନ ସେହି ଦର ଠାରୁ କିଛି ଦର ବଢିଛି । ଫୁଲର ଆବଶ୍ୟକତା ବଢ଼ି ଯାଇଥିବାରୁ ବ୍ୟବସାୟୀ ମାନେ କୋଲକତା ଓ ଆନ୍ଧ୍ରରୁ ଆଗୁଆ ଫୁଲ ମଗାଇ ଷ୍ଟକ୍ ରଖୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.