ଆଜିଠୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ପୋଲିସ ଗାଡିର କାଗଜପତ୍ର

ଆଜିଠୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ପୋଲିସ ଗାଡିର କାଗଜପତ୍ର । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଗତକାଲି ଭୁବନେଶ୍ୱର ରାଜମହଲ ଛକରେ ଗାଡ଼ି ଯାଞ୍ଚ ବେଳେ ଜନତା-ପୋଲିସ ମୁହାଁମୁହିଁ ଘଟଣା ପରେ ଏହି ପଦକ୍ଷେପ ନିଆଯାଇଛି । ପୋଲିସ ଗାଡ଼ି ଓ ମୋ ବସକୁ ଅଟକାଇ ଲୋକ କାଗଜପତ୍ର ମାଗିଥିଲେ । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ବି ଜିଦରେ ଅଟଳ ଥିଲେ ଲୋକେ । ଏହା ପରେ ରଣକ୍ଷେତ୍ର ପାଲଟିଥିଲା ରାଜମହଲ ଛକ । ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଓ ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ଶେଷରେ ଲାଠି ଚାର୍ଜ ପୋଲିସ କରିଥିଲା ।