ଏଣିକି ନର୍ସିଂହୋମ୍‌ କିମ୍ବା କ୍ଲିନିକ ଖୋଲିବାକୁ ଆଉ ହେବନି ଅସୁବିଧା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଏଣିକି ନର୍ସିଂହୋମ୍‌ କିମ୍ବା କ୍ଲିନିକ ଖୋଲିବାକୁ ଆଉ ହେବନି ଅସୁବିଧା। ଅଗ୍ନିଶମ ବିଭାଗ ପାଖକୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ । କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସିଷ୍ଟମ ସେବାର ଶୁଭାରମ୍ଭ କରି ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏଥିରେ ତିନି ମହଲାରୁ କମ, ୧୨ ମିଟର ଉଚ୍ଚତା ବିଶିଷ୍ଟ ଓ ୩୦ ଶଯ୍ୟାରୁ କମ, ଆଇସିୟୁ ନଥିବା କ୍ଲିନିକଗୁଡିକୁ ରେଜିଷ୍ଟର କରାଯିବ ।ଏଥିପାଇଁ ସେମାନଙ୍କୁ ଅନ ଲାଇନ ଆବେଦନ କରିବାକୁ ପଡିବ । ସିଡିଏମ ଏହାର ତଦାରଖ କରି ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବେ । ତା ପରେ ଜିଲ୍ଲାପାଳଙ୍କ ରିପୋର୍ଟ ପାଇ ସାରିଲା ପରେ କ୍ଲିୟରାନ୍ସ ମିଳିବ । ୯୦ ଦିନ ଭିତରେ ମିଳିବ ପଞ୍ଜୀକରଣ ।ଏନଆଇସି ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ ଥିବା ପ୍ରାୟ ୧୮୦୦ କ୍ଲିନିକ ଏହାଦ୍ୱାରା ଉପକୃତ ହେବେ ।ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।ନୂଆ ରେଜିଷ୍ଟ୍ରେସନ ବା ନବୀକରଣ ର ସାର୍ଟିଫିକେଟ ନିଜ କଂମ୍ପ୍ୟୁଟର ରୁ ଲୋକ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.