ଏଣିକି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଡ ଡେ ମିଲ ଦାୟିତ୍ୱରୁ ମିଳିବ ଅବ୍ୟାହତି, ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ନେବେ ସ୍ୱୟଂ ସହାୟକ ଗୋଷ୍ଠୀ

କେନ୍ୟୁଜ୍(ବ୍ୟୁରୋ): ଏଣିକି ସ୍କୁଲ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିବେ ସ୍ୱୟଂ ସହାୟକ ଗୋଷ୍ଠୀ । ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଡ ଡେ ମିଲ ଦାୟିତ୍ୱରୁ ଅବ୍ୟାହତି ଦିଆଯିବ । ହେଲେ ଯେଉଁ ସବୁ ସ୍କୁଲରେ ଏସଏଚଜି କିମ୍ବା ସେଣ୍ଟ୍ରାଲ କ୍ୟାଣ୍ଟିନ ବା ଅକ୍ଷୟ ପାତ୍ର ଅକ୍ଷୟ ପାତ୍ର ଫାଉଣ୍ଡେସନ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି ତାହା ଜାରି ରହିବ । ମିଶନ ଶକ୍ତି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଶହେ ଯାଏ ଛାତ୍ରଛାତ୍ରୀ ଥିବା ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିବେ ଏସଏଚଜି । ଚଳିତ ବର୍ଷ ୧୫ ହଜାର ସ୍କୁଲରେ ୧୫ ହଜାର ଏସଏଚଜି ଦାୟିତ୍ୱରେ ରହିବେ । ଏସଏଚଜିଗୁଡ଼ିକ ସିଧାସଳଖ ଚାଉଳ ସମେତ ଆବଶ୍ୟକ ପାଣ୍ଠି ଗ୍ରହଣ କରିବେ । କେଉଁ ଏସଏଚଜିକୁ ଦାୟିତ୍ୱ ଦିଆଯିବ ସଂପର୍କରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଖାଦ୍ୟର ମାନ ତଦାରଖ କରିବେ ସ୍କୁଲର ପ୍ରଧାନଶିକ୍ଷକ । ଠିକ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପରିବେଷଣ କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ କରିବେ । ଏସଏଚଜିକୁ ସ୍ୱୟଂସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି । .

Leave A Reply

Your email address will not be published.