ଭୁବନେଶ୍ୱର (କେନ୍ୟୁଜ୍) : ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୂନା ମାଛ। ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ। ପୂର୍ବରୁ ମିଳୁଥିବା ପରିପୂରକ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଏଣିକି ଚୂନା ମାଛକୁ ସାମିଲ କରାଯିବ।
ପାଇଲଟ୍ ପ୍ରକଳ୍ପରେ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯିବ। ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୂନା ମାଛ ଦିଆଯିବ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏନେଇ ଏକ ଭର୍ଚୁଆଲ ବୈଠକ ବସିଥିଲା।
ଏନେଇ ମହିଳା ଏବଂ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଉତ୍ପାଦନ, ଅନ୍ତର୍ଜାତୀୟ ସଂସ୍ଥା ଓ୍ଵାର୍ଲ୍ଡଫିସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ କରାଯାଇଛି।