ମହାନତା ଦେଖାଇଲେ ପ୍ରବାସୀ ଓଡିଆ, ୪ ଲକ୍ଷ ଟଙ୍କା ବ୍ୟୟରେ ଓଡିଶାକୁ ଦେଲେ ୫ଟି ଅକ୍ସିଜେନ କନସେନଟ୍ରେଟର

ଯାଜପୁର ଟାଉନ (କେନ୍ୟୁଜ) : ବିଦେଶରେ ରହିବି ଭୁଲି ପାରିନାହାଁନ୍ତି ମାଟିର ମଣିଷକୁ । ନିଜ ଜନ୍ମମାଟିରେ କୋରୋନାର କରାଳ କାୟାକୁ ଟିଭି ପରଦାରେ ଦେଖି ବ୍ୟସ୍ତ ବିବ୍ରତ ହୋଇଛନ୍ତି ଏହି ପ୍ରବାସୀ ଓଡିଆ । କେବଳ ବିବ୍ରତ ହୋଇନାହାଁନ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି । । ନିଜ ଦରମା ଅର୍ଥରେ ଅକ୍ସିଜେନ କନସେନଟ୍ରେଟର ଦାନ କଲେ ଏହି ଓଡିଆ । ଆମେ କହୁଛୁ ସୁଦୁର କାନାଡାର ଟରୋଂଟୋରେ ରହୁଥିବା ଓଡିଆ ଯୁବକ ଶିବାଶିଷ ଦାସଙ୍କ କଥା । ଶିବାଶିଷ ପ୍ରାୟ ୪ ଲକ୍ଷ ଟଙ୍କା ବ୍ଯୟରେ ଯାଜପୁର ଜିଲା ପ୍ରଶାସନକୁ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି ।

ଆଉ ଏହି ପ୍ରବାସୀ ଓଡିଆ ଜଣକ ହେଉଛନ୍ତି ଯାଜପୁର ସିମାନ୍ତ ଏରଡଙ୍ଗ ନଟରା ଗାଁର ଶିବାଶିଷ ଦାସ । ଯେଉଁ ଅକ୍ସିଜେନ ପାଇବା ପାଇଁ ପ୍ରତିଦିନ ଲୋକେ ସଂଘର୍ଷ କରୁଛନ୍ତି ସେହି ଅକ୍ସିଜେନ କନସେନଟ୍ରେଟର କୋରୋନା ରୋଗୀଙ୍କ ପାଇଁ ସେ ଦାନ କରିଛନ୍ତି । ଯାଜପୁର ଜିଲାପ୍ରଶାସନକୁ ନିଜ ପରିବାର ଲୋକଙ୍କ ମାଧ୍ୟମରେ ପ୍ରାୟ ୪ ଲକ୍ଷ ଟଙ୍କା ବ୍ଯୟରେ ୫ଟି ଅକ୍ସିଜେନ କନସେନଟ୍ରେଟର ଜିଲାପ୍ରଶାସନକୁ ପ୍ରଦାନ କରିଛନ୍ତି ସେ ।

କାନାଡାର ଟରୋଂଟୋରେ ରହୁଥିବା ଶିବାଶିଷ ସ୍ଥାନୀୟ ସରକାରଙ୍କ ଅଧିନରେ ଜଣେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ଯ କରୁଛନ୍ତି । ଗତ କିଛି ଦିନ ହେଲା ଭାରତରେ ଅକ୍ସିଜେନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ ଖବର ଟେଲିଭିଜନରେ ଦେଖିବା ପରେ ସହାୟତା କରିବାକୁ ମନସ୍ଥ କରିଥିଲେ । ଯାଜପୁରର ଜିଲା ସ୍କୁଲ ଓ ଏନସି କଲେଜରେ ଶିକ୍ଷା ଗ୍ରହଣ କରିଥିବା ଶିବାଶିଷ ପ୍ରାଥମିକ ପର୍ଯ୍ଯାୟରେ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଥିବା ବେଳେ ଆଗକୁ ଆଉ ୩ଟି ଦାନ କରିବେ । ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ହେଉଥିବା ଏଭଳି ମେସିନ ମିଳିବା ପରେ ଶିବାଶିଷଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

ଶିବାଶିଷଙ୍କ ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିଯାଇପାରିବ। ବିଦେଶରେ ରହି ନିଜ ମାଟି ଓ ମଣିଷକୁ ମନେ ରଖି କର୍ତବ୍ଯ ସଂପାଦନ କରିଥିବା ଶିବାଶିଷଙ୍କୁ ଅନେକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.