ପୁରୀରେ NSG ଟିମ୍, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍

ପୁରୀ : ପୁରୀରେ NSG ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ନେଇ ଏନଏସଜିର ସ୍ବତନ୍ତ୍ର ଟିମ୍ ପୁରୀରେ ପହଞ୍ଚିଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପି ଙ୍କ ସହ ଟିମ ଅଧିକ ଆଲୋଚନା କରିବ।
ପହଲେଗାମ୍ ଆକ୍ରମଣ ପରେ ଏନଏସଜି ଟିମ ପୁରୀରେ ପହଞ୍ଚି ଥିବା ବେଳେ ସୁରକ୍ଷା ନେଇ ଆଲୋଚନା କରିବେ। ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବା ନେଇ ଆଲୋଚନା ହୋଇପାରେ । ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍ଡ୍ରିଲ କରାଯିବ । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଗୋପାଳପୁର, ପାରାଦୀପରେ ଏହି ମକ୍ଡ୍ରିଲ୍ ହେବ ।
ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍ଡ୍ରିଲ୍ । ଏହାପୂର୍ବରୁ ରବିବାର ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ମିନିଟ୍ ପାଇଁ ବ୍ଲାକଆଉଟ ଅଭ୍ୟାସ କରାଯାଇଥିଲା । ଯେଉଁଥିରେ ରାତି ୯ଟାରୁ ୯ଟା ୩୦ମିନିଟ୍ ପର୍ଯ୍ୟନ୍ତ ଲାଇଟ୍ ବନ୍ଦ କରାଯାଇଥିଲା ।
Also read: ମମତାଙ୍କୁ ରୋକଠୋକ ଶୁଣାଇଲେ ଗଜପତି, ଦୀଘାର ସବୁ ସ୍ଥାନରୁ ହଟିନି ଜଗନ୍ନାଥ ଧାମ ନାମ ଫଳକ