ଏଣିକି ବର୍ଷକୁ ୨ ଥର ହେବ NEET ଓ JEE ପରୀକ୍ଷା

neet jee examନୂଆଦିଲ୍ଲୀ : ଏଣିକି ବର୍ଷକୁ ୨ ଥର ହେବ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ NEET ଓ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ JEE -ମେନ ପରୀକ୍ଷା । ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲରେ JEE ମେନ ପରୀକ୍ଷା ହେବ । ସେହିପରି ଫେବ୍ରୁଆରୀ ଓ ମେ’ରେ ହେବ NEET ପରୀକ୍ଷା । ଉଭୟ ପରୀକ୍ଷା ପରିଚାଳନା କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସିବିଏସଇ ଏହି ପରୀକ୍ଷା ପରିଚାଳନା କରୁଥିଲା । ନୂଆ ବ୍ୟବସ୍ଥା ମୁତାବକ ଛାତ୍ରଛାତ୍ରୀ ବର୍ଷକୁ ଦୁଇ ଥର ଜେଇଇ ଓ ଏନଇଇଟି ପରୀକ୍ଷା ଦେଇପାରିବେ ।

ଦୁଇଟି ପରୀକ୍ଷା ମଧ୍ୟରୁ ଭଲ ସ୍କୋର ମାଧ୍ୟମରେ ଆଡିମିସନ ହେବ । ତେବେ ପୂର୍ବଭଳି ଜେଇଇ ଆଡଭାନ୍ସ ପରୀକ୍ଷାର ପରିଚାଳନା ଆଇଆଇଟି କରିବ । ଜାଭଡେକରଙ୍କ ସୂଚନା ଅନୁସାରେ ସମସ୍ତ ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ ହେବ । ଏଥିପାଇଁ ଛାତ୍ରଛାତ୍ରୀମାନେ ଘରେ ଓ ଅଧିକ୍ୟୁତ କମ୍ପ୍ୟୁଟର ସେଣ୍ଟରରେ ମାଗଣାରେ ଅଭ୍ୟାସ କରିପାରିବେ । ତେବେ ସିଲାବସ୍‌, ପ୍ରଶ୍ନ ପ୍ରଣାଳୀ, ଭାଷା ଓ ପରୀକ୍ଷା ଫି’ ଅପରିବର୍ତ୍ତିତ ରହିବ । ଆସନ୍ତା ଡିସେମ୍ବରରେ ଏନଟିଏ ପ୍ରଥମ ପ୍ରଥମ ଥର ପାଇଁ ୟୁଜିସି-ନେଟ୍‌ ପରୀକ୍ଷା ପରିଚାଳନା କରିବ । ୨୦୧୯ ମସିହାରୁ ଗ୍ରାଜୁଏଟ ଫାର୍ମାସି ଆପ୍ଟିଚ୍ୟୁଡ ଟେଷ୍ଟ- ଜିପାଟ୍‌ ଓ କମନ ମ୍ୟାନେଜମେଣ୍ଟ ଆପଟିଚ୍ୟୁଡ ଟେଷ୍ଟ -ସିମ୍ୟାଟ୍‌ ପରୀକ୍ଷା ମଧ୍ୟ ପରିଚାଳନା କରିବ ଏନଟିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.