କେମିତି ଅଛି ବାଘୁଣୀ ସୁନ୍ଦରୀ? ଅନୁଧ୍ୟାନ ପାଇଁ ଅନୁଗୁଳରେ ପହଞ୍ଚିଛନ୍ତି NTCAର ତିନି ଜଣିଆ ଟିମ୍

ଅନୁଗୁଳ: କେମିତି ଅଛି ବାଘୁଣୀ ସୁନ୍ଦରୀ । ତାର ସ୍ୱାସ୍ଥ୍ୟବସ୍ଥାର ଅନୁଧ୍ୟାନ କରାଯିବ । ଏଥିପାଇଁ ଅନୁଗୁଳରେ ପହଞ୍ଚିଛନ୍ତି NTCAର ତିନି ଜଣିଆ ଟିମ୍ । ୨ ଦିନ ଧରି ଏହି ଟିମ୍ ସାତକୋଶିଆ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଏନକ୍ଲୋଜରରେ ବାଘୁଣୀ ସୁନ୍ଦରୀର ସ୍ଥିତି ଅନୁଧ୍ୟାନ କରାଯିବ । ଟାଇଗର ପ୍ରୋଜେକ୍ଟ ଉପରେ ମଧ୍ୟ ଆଲୋଚନା କରିବେ । ପରେ ଏନକ୍ଲୋଜରର ପରିସୀମା ବୃଦ୍ଧି ନେଇ ଯେଉଁ ପ୍ରସ୍ତାବ ଦିଆଯାଇଥିବା ତାଉପରେ ମୋହର ବାଜିବ ବୋଲି ସୂଚନା ମିଳିଛି । ଅନୁଗୁଳରେ ଆଲୋଚନା ପରେ ଟିମ୍ ସାତକୋଶିଆ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ସ୍ଥିତି ଅନୁଧ୍ୟାନ କରିବା ସହ କେଉଁଠି ଅସୁବିଧା ରହିଛି ଓ ଆଗକୁ କଣ ପଦକ୍ଷେପ ନିଆଯିବ ସେନେଇ ସମୀକ୍ଷା କରିବେ। ଟିମ୍‌ରେ NTCAର ପୂର୍ବତନ ଫିଲ୍‌ଡ ଡାଇରେକ୍ଟର ଖଗେଶ୍ୱର ନାୟକଙ୍କ ସହ ହେମନ୍ତ ଭାସ୍କର ଓ ଭିକେ ଶର୍ମା ଅଛନ୍ତି ।

You might also like