ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ସଙ୍କଟ, ବନ୍ଦ ରହିଛି ୩ଟି ୟୁନିଟ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ସଙ୍କଟ। ବନ୍ଦ ରହିଛି ୩ଟି ୟୁନିଟ। ବର୍ତ୍ତମାନ ଉତ୍ପାଦନ ହେଉଛି ୧୨ ଶହ ମେଗାଓ୍ଵାଟ୍‌ ତାପଜ ବିଦ୍ୟୁତ୍‌। ବର୍ତ୍ତମାନ ଏନଟିପିସି ପାଖରେ ୨୦ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ମହଜୁଦ ରହିଛି। ପ୍ରତିଦିନ ଆବଶ୍ୟକ ହେଉଛି ୫୫ ହଜାର ମେଟ୍ରିକ୍‌ ଟନ୍‌। କିନ୍ତୁ ଭରତପୁର କୋଇଲା ଖଣିରେ ଅଘଟଣ ପରେ ବନ୍ଦ ରହିଛି କୋଇଲା ଉତ୍ତୋଳନ ଓ ପରିବହନ। ଯାହାର ପ୍ରଭାବ ପଡ଼ିଛି ଏନଟିପିସି ଉପରେ। କୋଇଲା ସଙ୍କଟ ଦୂର କରିବା ପାଇଁ ଏନଟିପିସି ଇବ୍‌ ଭ୍ୟାଲି ଓ ସିଙ୍ଗରେନି ଉପରେ ନିର୍ଭର କରୁଛି। ଭରତପୁର କୋଇଲାଖଣି ଅଘଟଣରେ ଶ୍ରମିକଙ୍କ ମୃତ୍ୟୁପରେ ବିଜେପି ପକ୍ଷରୁ ଶ୍ରମିକଙ୍କ ସୁରକ୍ଷା ଓ କ୍ଷତିପୂରଣ ଦାବିରେ ଖଣି ବନ୍ଦ ଆନ୍ଦୋଳନ ଚଳାଇଛି। ଫଳରେ ଏନଟିପିସିକୁ କୋଇଲା ଯୋଗାଣ ହୋଇପାରୁନାହିଁ । ଯାହା ଫଳରେ ଷ୍ଟକ ଥିବା କୋଇଲା ଶେଷ ହେବାକୁ ବସିଲାଣି । ଏନଟିପିସିରେ ମୋଟ ୬ଟି ୟୁନିଟରୁ ୫୦୦ ମେଗାଓ୍ଵାଟ ଲୋଖାଏଁ ଦୈନିକ ୩ ହଜାର ମେଗାଓ୍ଵାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.