କଣିହାରେ ଚିନ୍ତା ବଢାଇଛି ଏନଟିପିସିର ପାଉଁଶ ପୋଖରୀ, ଗ୍ରାମବାସୀଙ୍କ ଧାରଣା

କଣିହା : ଅନୁଗୁଳ ଜିଲ୍ଲା କଣିହାରେ ଚିନ୍ତା ବଢାଇଛି ଏନଟିପିସିର ପାଉଁଶ ପୋଖରୀ । ପାଉଁଶ ପୋଖରୀ ବନ୍ଦ ଦାବିରେ ଡେରଙ୍ଗ ପାଉଁଶ ପୋଖରୀ ଠାରେ ଗ୍ରାମବାସୀଙ୍କ ଧାରଣା। ୨୦୧୮ରେ ଏକ ନବରତ୍ନ କମ୍ପାନୀ ଆନୁଷ୍ଠାନିକ ଭାବେ ପାଉଁଶ ପୋଖରୀକୁ ୨୦୨୨ ସୁଦ୍ଧା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

କିନ୍ତୁ ଏହା ଭିତରେ ୩ ବର୍ଷ ବିତି ଯାଇଛି । କିନ୍ତୁ ପାଉଁଶ ପୋଖରୀ ଦ୍ବାରା ଗାଁର ପରିବେଶ ବହୁମାତ୍ରାରେ ପ୍ରଦୂଷିତ ହେଉଛି । ପ୍ରଦୂଷଣ ପାଇଁ ଲୋକଙ୍କ ମଧ୍ୟରେ ନାନା ରୋଗ ଦେଖାଯାଉଛି । ପାଉଁଶ ପୋଖରୀ ବନ୍ଦ ହୋଇନାହିଁ କି ଡେରେଙ୍ଗ ଗାଁକୁ ବି କମ୍ପାନୀ ବିସ୍ଥାପିତ କରିନାହିଁ । ବାରମ୍ବାର ଠକାମୀର ଶିକାର ହେବାପରେ ସମସ୍ୟାର ସମାଧାନ ନହେବାଯାଏ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି ।

You might also like