ଆଜି କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ

ଭବାନୀପାଟଣା : ଆଜି ମା ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ ।  କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ ।  ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ଲାଗି ହେବ ନବାନ୍ନ ।  ନବାନ୍ନ ଲାଗି ପରେ ୧୨ଟା ଭିତରେ ନୂଆ ଖାଇବେ ଲୋକେ ।  ଏନେଇ ମାଣିକେଶ୍ୱରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ନୂଆଖାଇ ପାଇଁ ମା’ ମାଣିକେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି ।  ସକାଳୁ ସକାଳୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଜମିଛି ।  ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଗଡ଼ଜାତ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମାଣିକେଶ୍ବରୀଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ନୂଆଁଖାଇ ପାଳିତ ହେବ ।  ସକାଳୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ବାର ଖୋଲାହେବ । ଅଧିଷ୍ଠାତ୍ରୀ ଦେବୀଙ୍କ ଠାରେ ନବାନ୍ନ ଲାଗିବା ପରେ ମନ୍ଦିରରୁ ଭୋଗ ନେଇ ନିଜ ନିଜ ଘରେ ନବାନ୍ନ ଭକ୍ଷଣ କରିବେ ଗଡ଼ଜାତ ଅଞ୍ଚଳବାସୀ ।

କଳାହାଣ୍ଡି ଜିଲ୍ଲାର ଗ୍ରାମ ଗୁଡିର ପ୍ରତି ଘରେ ଘେରେ ପରିବାର ସଦସ୍ୟ ଏକାଠି ବସି ନୂଆଁଖାଇଥାନ୍ତି ।  ଏହାପରେ ଆରମ୍ଭ ହୋଇଥଏ ଜୁହାର ଭେଟ ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବେ ।  ଏହାପରେ ଜମେ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠିବ ଗାଁଠୁ ସହର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like