ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ: ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ସମ୍ବଲପୁର(କେନ୍ୟୁଜ୍): ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖରିତ। ମାଆ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ଘରେ ଘରେ ପିଠାପଣାର ମହକ। ମାଆଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତି ହୋଇଥିଲା । ମାଆଙ୍କ ପାଖରେ ନବାନ୍ନ ଲାଗି ପରେ ଘରେ ସମସ୍ତେ ମିଳିମିଶି ନୂଆ ଖାଇଛନ୍ତି । ଏଥିପାଇଁ ଘରେ ଘରେ ଉତ୍ସବର ମାହୋଲ ।

ସମସ୍ତଙ୍କ ଘରେ ତିଆରି ଚାଲିଛି ସ୍ୱାଦିଷ୍ଟ ବ୍ୟଞ୍ଜନ । ନବାନ୍ନ ଭକ୍ଷଣ ପରେ ନୂଆ ଲୁଗା ପିନ୍ଧି ପରିବାରର ବୟୋଜ୍ୟେଷ୍ଠଙ୍କୁ ସାନମାନେ ଜୁହାର କରି ଆର୍ଶୀବାଦ ନେଇ ପାଳନ କରୁଛନ୍ତି ନୂଆଁଖାଇ । ଅନ୍ଯପଟେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.