ନୂଆପଡ଼ା: ନକ୍ସଲ ହମଲା ପରେ ସ୍ଥାନୀୟ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍‌, ଆଜି ସ୍ଥିତି ସମୀକ୍ଷା କରିବେ ଆଇଜି ଅମିତାଭ ଠାକୁର

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ନକ୍ସଲ ହମଲା ପରେ ସ୍ଥାନୀୟ ଜଙ୍ଗଲରେ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍‌ । ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବେ ଆଇଜି ଅପରେସନ ଅମିତାଭ ଠାକୁର । CRPF ADG ଓ ଆଇଜି ନୂଆପଡ଼ା CRPF କ୍ୟାମ୍ପ ଯାଇ ସ୍ଥିତି ସମୀକ୍ଷା କରିବେ। DIG ରାଜେଶ ପଣ୍ଡିତଙ୍କ ସହ ମଧ୍ୟ ସୁରକ୍ଷା ଓ ମାଓ ଅପରେସନ୍‌ ନେଇ ଆଲୋଚନା କରିବେ।

ଏପଟେ ସହିଦ ଯବାନଙ୍କ ମୃତଦେହକୁ ନୂଆପଡା ସଦର ମହକୁମାକୁ ଅଣାଯାଇଛି । ଗତକାଲି ମାଓବାଦୀଙ୍କ ଗୁଳିରେ ସିଆରପିଏଫର ୩ ଜଣ ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ଭିତରେ ଅଛନ୍ତି ଉତ୍ତରପ୍ରଦେଶର ଶିଶୁପାଳ ସିଂ, ହରିଆଣାର ଶିଭଲାଲ ଓ ବିହାରର ଧର୍ମେନ୍ଦ୍ର କୁମାର ସିଂ । ଶିଶୁପାଳ ସିଂ ଓ ଶିଭଲାଲ ସିଆରପିଏଫ୍‌ରେ ଏଏସଆଇ ଭାବରେ କାର୍ଯ୍ୟରତ ଥିଲେ ଏବଂ ଧର୍ମେନ୍ଦ୍ର ସିଂ କନଷ୍ଟେବଳ ଥିଲେ ।

ଗତକାଲି ବୋଡେନ ଥାନା ଅନ୍ତର୍ଗତ ପାଟଧରା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସିଆରପିଏଫ୍‌ ଯବାନ ଭଇସାଦାନୀ କ୍ୟାମ୍ପରୁ ନୂତନ ଭାବରେ ନିର୍ମାଣ ହେଉଥିବା ପାଟଦରା କ୍ୟାମ୍ପକୁ ଯାଉଥିଲେ । ଏତିକିବେଳେ ପୂର୍ବରୁ ଛକି ରହିଥିବା ନକ୍ସଲ ବାହିନୀ ଆମ୍ବୁସ ଲଗାଇ ହମଲା କରିଥିଲେ । ଶିବିରକୁ ଫେରୁଥିବା ବେଳେ ମାଓବାଦୀ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ ହୋଇଥିଲେ । ନୂଆପଡ଼ା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସହିଦ ଯବନଙ୍କୁ ସଲାମି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.