୮୪ ବର୍ଷରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ପରମାଣୁ ବୈଜ୍ଞାନିକ ଡ. ଗିରୀଶ ମୋହନ ଗୁପ୍ତା

ସମ୍ବଲପୁର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ୮୪ ବର୍ଷରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ପରମାଣୁ ବୈଜ୍ଞାନିକ ଡ. ଗିରୀଶ ମୋହନ ଗୁପ୍ତା । ଆଇଆଇଏମ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପ୍ରମୋଦ କୁମାର ମିଶ୍ରଙ୍କ ଠାରୁ ଏମବିଏ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ଡଃ ଗୁପ୍ତା ।
ଭାବା ଆଣବିକ ଗବେଷଣା କେନ୍ଦ୍ରରୁ ବରିଷ୍ଠ ବୈଜ୍ଞାନିକ ଭାବେ ଅବସର ନେଇଥିବା ଡଃ ଗୁପ୍ତା ଆଇଆଇଏମ ସମ୍ବଲପୁରରେ ପେଶାଦାରମାନଙ୍କ ପାଇଁ ସ୍ୱତନ୍ତ୍ର ଏମବିଏ ପାଠ୍ୟକ୍ରମ ଥିବା ଜାଣି ୨୦୨୩ ମସିହାରେ ନାମ ଲେଖାଇଥିଲେ । କେବଳ ନାମ ଲେଖାଇ ନଥିଲେ ଆଇଆଇଏମର ନୂଆଦିଲ୍ଲୀ ଷ୍ଟଡି ସେଣ୍ଟରରେ ନିୟମିତ କ୍ଲାସ କରିଥିଲେ ଗୁପ୍ତା ।
୨୦୨୩ ଏମବିଏ ବ୍ୟାଚରେ ଡଃ ଗୁପ୍ତାଙ୍କର ସର୍ବାଧିକ ଉପସ୍ଥାନ ଥିଲା । ପଢିବା ପାଇଁ ଡଃ ଗୁପ୍ତାଙ୍କ ଆଗ୍ରହ ଯୋଗୁଁ ସେ ବିଭିନ୍ନ ବିଷୟରେ ଦୁଇଟି ଡକ୍ଟରେଟ ଡିଗ୍ରୀ ମଧ୍ୟ ହାସଲ କରି ସାରିଛନ୍ତି । ଏବେ ସେ ମ୍ୟାନେଜମେଣ୍ଟରେ ପିଏଚଡି ହାସଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
Also read: ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗତା, ନିଆରା ଢଙ୍ଗରେ ଶିକ୍ଷାଦାନ କରୁଛନ୍ତି ଦିବ୍ୟାଙ୍ଗ ଶିକ୍ଷକ